27.1 C
Bhubaneswar
Thursday, February 12, 2026
Homeଓଡିଶାବନ୍ୟା ବିପନ୍ନଙ୍କୁ ରିଲିଫ୍ ଓ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କୃଷି ଇନପୁଟ୍ ସହାୟତା ଯୋଗାଇଦେବାକୁ...

ବନ୍ୟା ବିପନ୍ନଙ୍କୁ ରିଲିଫ୍ ଓ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କୃଷି ଇନପୁଟ୍ ସହାୟତା ଯୋଗାଇଦେବାକୁ ଦାବିପତ୍ର

ଭୁବନେଶ୍ୱର : ନିକଟ ଅତୀତରେ ପ୍ରବଳ ବନ୍ୟାଦ୍ୟାରା ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ଅନେକ ଅଂଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ତତ୍‌ପରବର୍ତୀ ସମୟରେ ବ୍ରାହ୍ମଣୀ ବନ୍ୟାରେ ପଟାମୁଣ୍ଡାଇ ବ୍ଳକ ଓ ପୌରାଂଚଳରେ ବିଶେଷ ଭାବେ କ୍ଷତି ଘଟିଛି । ଲୋକମାନେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଗୃହ ପାଳିତ ପଶୁମାନେ ବାହାରକୁ ଯାଇ ପାରୁନାହାନ୍ତି । ବନ୍ୟାଅଂଚଳର ଚାରିଆଡ଼େ କୁମ୍ଭୀର ଦେଖାଦେଉଥିବାରୁ ଲୋକମାନେ ଅତଙ୍କିତ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରାଯାଇ ସେପରି ଠୋସ୍ ପଦକ୍ଷେପ ନିଆ ଯାଇନାହିଁ । ଫଳରେ ବିପନ୍ନ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପିସିସି କିଷାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଅଖିଳ ଭାରତ କଂଷାନ କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଏହି ମର୍ମରେ ଆଜି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିକଟକୁ ଏକ ଦାବୀପତ୍ର ପଠାଇଛନ୍ତି । ବିପନ୍ନ ଜନସାଧାରଣଙ୍କ ଅବସ୍ଥା ଓ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କର ବାସ୍ତବ ସ୍ଥିତିକୁ ଅନୁଧ୍ୟାନକରି ସରକାରଙ୍କ ପକ୍ଷରୁ ତୁରନ୍ତ ଆବଶ୍ୟକ ରିଲିଫ୍ ସହାୟତା, କୁମ୍ଭୀର ଦାଉରୁ ରକ୍ଷା ପାଇଁ ସୁବ୍ୟବସ୍ଥା ଏବଂ କୃଷି ଇନପୁଟ୍ ସହାୟତା ଯୁଦ୍ଧକାଳୀନ ଭତିରେ ଯୋଗାଇ ଦେବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking