30.1 C
Bhubaneswar
Tuesday, May 5, 2026
Homeଓଡିଶାଦୃଷ୍ଟିବାଧିତ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ବ୍ରେଲ ଉପକରଣ ବଣ୍ଟନ

ଦୃଷ୍ଟିବାଧିତ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ବ୍ରେଲ ଉପକରଣ ବଣ୍ଟନ

ଯାଜପୁର: ୧୯ ତାରିଖ ଦିନ ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ପି ଅନ୍ଵେଷା ରେଡିଙ୍କ ଦ୍ଵାରା ନେତାଜୀ ଦୃଷ୍ଠିବାଧିତ ସ୍ଵତନ୍ତ୍ର ବିଦ୍ୟାଳୟ , ଦଶରଥପୁରର ମୋଟ ପାଞ୍ଚ ଜଣ ଛାତ୍ର ଛାତ୍ରୀଙ୍କୁ “ANNIE” Smart Braile Learning Devices ପ୍ରଦାନ କରାଯାଇଥିଲା

ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ରେଡି ସମସ୍ତ ଛାତ୍ର ଛାତ୍ରୀଙ୍କୁ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ଉପଦେଶ ଦେବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ।

ଏହି କାର୍ଯ୍ଯକ୍ରମରେ ପାଞ୍ଚ ଜଣ ଛାତ୍ର ଛାତ୍ରୀଙ୍କ ଅଭିଭାବକ, ନେତାଜୀ ଦୃଷ୍ଠିବାଧିତ ସ୍ଵତନ୍ତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜିତା ନାୟକ, ସମ୍ପାଦକ-ଶ୍ରୀମତୀ ସ୍ଵର୍ଣଲତା ରାଉତ, କମ୍ପୁଟର ଶିକ୍ଷକ -ପ୍ରୀତିକାନ୍ତ ଜେନା, , ଶ୍ରୀ ସୋମନାଥ ମଲିକ – କନିଷ୍ଠ କିରାଣୀ ଆଦି ଉପସ୍ଥିତ ଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking