27.1 C
Bhubaneswar
Monday, March 30, 2026
Homeଓଡିଶାଏୟାରଲିଫ୍ଟ ହେବେ ବଳଙ୍ଗା ନାବାଳିକା

ଏୟାରଲିଫ୍ଟ ହେବେ ବଳଙ୍ଗା ନାବାଳିକା

ଭୁବନେଶ୍ୱର: ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣା । ଏୟାରଲିଫ୍ଟ ହେବେ ବଳଙ୍ଗା ନାବାଳିକା । ଦିନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ହେବେ ଏୟାରଲିଫ୍ଟ । ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ । ପରିବାର ଲୋକ ବି ପୀଡିତାଙ୍କ ସହ ଯିବେ । ଗତକାଲି ଅପେକ୍ଷା ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଏନେଇ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି । ଡାକ୍ତର ପୂର୍ବରୁ କହିଥିଲେ ଯେ ତାଙ୍କର ୭୦% ରୁ ୭୫% ପୋଡ଼ି ଯାଇଛି ଏବଂ ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ରହିଛିବର୍ତ୍ତମାନ ସୂଚନା ଅନୁସାରେ, ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ତାଙ୍କ ଅବସ୍ଥା ଏବେ ଭଲ ଅଛି ଏବଂ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରାଯିବ। ସେ ଏବେ କଥା ହୋଇପାରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି (୧୯ ଜୁଲାଇ,୨୦୨୫) ଦିନ ସ୍ପଷ୍ଟ ଦିବାଲୋକରେ ଘଟିଥିଲା କୁଖ୍ୟାତ ବାଙ୍ଗା ଘଟଣା। ନାବାଳିକା ଝିଅଟି ତା ବଡବାପା ଯିବା ବାଟରେଦୁର୍ବୃତ୍ତ ତାଙ୍କୁ ଉଠେଇ ନେଇ ତାଙ୍କ ଉପରେ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ଥାନାରେ ଏଫଆଇଆର ଦିଆଯାଇଥିବା ବେଳେ ଏମ୍‌ସ ଭୁବନେଶ୍ବରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତା ମଧ୍ୟ ବୟାନ ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ପୋଲିସର ୨ ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ୬ ଜଣ ଲେଖାଏଁ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବଳଙ୍ଗା – ହରିପୁର ମୁଖ୍ୟରାସ୍ତାରେ ଥିବା ସିସିଟିଭି ଯାଞ୍ଚ କରାଯାଉଛି । ସମସ୍ତ ଦିଗ ଉପରେ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking