21.1 C
Bhubaneswar
Saturday, December 6, 2025
Homeଓଡିଶାବଳଙ୍ଗା ଛାତ୍ରୀ ଜଳିବା ଘଟଣା: ୧୦ ଜଣଙ୍କୁ ପଚରା ଉଚରା

ବଳଙ୍ଗା ଛାତ୍ରୀ ଜଳିବା ଘଟଣା: ୧୦ ଜଣଙ୍କୁ ପଚରା ଉଚରା

ପିପିଲି: ବଳଙ୍ଗା ନାବାଳିକା ପୋଡିବା ଘଟଣାରେ ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ୍‌ । ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଚାଲିଛି ପଚରାଉଚରା । ଅତିରିକ ଏସ୍‌ପି କହିଛନ୍ତି ସମସ୍ତ ଦିଗକୁ ତର୍ଜମା କରାଯାଉଛି । କୌଣସି ବ୍ୟକ୍ତିଙ୍କୁ ଅଟକ  ରଖାଯାଇନି ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି । ଏମ୍‌ସରେ ଛାତ୍ରୀଙ୍କ ଚାଲିଛି ଚିକତ୍ସା । ଛାତ୍ରୀଙ୍କ ୭୦ ପ୍ରତିଶତ ପୋଡିଯାଇଥିବା ଏମ୍‌ସ ଡାକ୍ତର  କହିଛନ୍ତି ।  ଏମ୍‌ସ୍‌ ବର୍ଣ୍ଣୱାର୍ଡକୁ ପୀଡିତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବର୍ଣ୍ଣ ୱାର୍ଡ ବାହାରେ  ନୋଟିସ୍‌ ଲାଗିଛି । ଏହି ନୋଟିସ୍‌ ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ ।  କୌଣସି  ଲୋକ ଏକାଠି ହୁଅନ୍ତୁ ନାହିଁ । ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ । ରୋଗୀ ସେବାରେ ବାଧା ସୃଷ୍ଟି ହେବ ।  ଏଥିସହିତ ଏମ୍‌ସ ବାହାରେ ବ୍ୟାରିକେଡ୍‌ କରାଯାଇଛି । ଏମ୍‌ସ ରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking