ପିପିଲି: ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣାରେ ନାବାଳିକାଙ୍କ ଚିକିତ୍ସା ପାଇଁ ୧୪ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି । ଏମ୍ସର ୧୪ ଜଣ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି । ଡାକ୍ତର ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠନ ହେଲା ଟିମ୍ । ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ପୋଲିସର ୨ ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ୬ ଜଣ ଲେଖାଏଁ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବଳଙ୍ଗା – ହରିପୁର ମୁଖ୍ୟରାସ୍ତାରେ ଥିବା ସିସିଟିଭି ଯାଞ୍ଚ କରାଯାଉଛି । ପରିବାରର ୪ଟି ମୋବାଇଲ ଜବତ କରାଯାଇଛି । ଝିଅ ସାଙ୍ଗଙ୍କ ୨ଟି ମୋବାଇଲ ଜବତ କରାଯାଇଛି ।










