ଚଣ୍ଡିଗଡ଼: ସମ୍ପତ୍ତି ପାଇଁ ବଡ ଭାଈକୁ ମାରିଦେଲା ସାନ ଭାଈ । ବଡ଼ ଭାଇ, ଭାଉଜ ଏବଂ ଝିଆରି ଉପରେ କାର୍ ଚଢ଼ାଇ ଦେଲା ସାନ ଭାଇ । ପଞ୍ଜାବର ଗଟି ଜତନ ଗ୍ରାମ ମୋଗାର ଧରମକୋଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଥିବାବେଳେ ସୋସିଆଲ ମିଡିଆରେ ଫୁଟେଜ ଭାଇରାଲ ହେବାରେ ଲାଗିଛି । ଗୁରୱିନ୍ଦର ତାଙ୍କ ସ୍ତ୍ରୀ ଓ ଝିଅ ଘର ବାହାରେ ଛିଡ଼ା ରହିଥିବାବେଳେ ସାନ ଭାଇ ଦିଲବାଗ ସିଂ ହଠାତ୍ ଆସି ସେମାନଙ୍କ ଉପରେ କାର୍ ଚଢ଼େଇ ଦେଇଥିଲା ।
୩ ଜଣଯାକ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୱିନ୍ଦରଙ୍କ ଅଭିଭାବକ ତାଙ୍କ ସହ ରହୁଥିବାବେଳେ ସମ୍ପତି ପାଇଁ ଦୁଇ ଭାଇଙ୍କ ଭିତରେ କଳିଗୋଳ ଲାଗି ରହିଥିଲା । କିଛିଦିନ ହେବ ଦିଲବାଗ୍ ଗୁରୱିନ୍ଦରଙ୍କ ଉପରେ ଆକ୍ରମଣ କରିବା ଧମକ ଦେଇ ଆସୁଥିଲେ । ଘଟଣାକୁ ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ଦିଲବାଗ ସିଂ ଓ ତାଙ୍କ ସ୍ତ୍ରୀ ଫେରାର ଥିବା ଜଣାପଡ଼ିଛି ।










