ବାଲେଶ୍ୱର: ବାଲେଶ୍ୱର ମୃତ ଏଫଏମ ଛାତ୍ରୀଙ୍କ ସାଙ୍ଗ ଚାଞ୍ଚଲ୍ୟକର ଖୁଲାସା କରିଛି । ଏହି ଘଟଣାରେ କେବଳ ପ୍ରିନ୍ସିପାଲ , ଏଚଓଡିଙ୍କ ଦୋଷ କହିବା ଠିକ ହେଉନି । ଆଜି ଯେଉଁ ବିରୋଧୀ ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି, ସେତେବେଳେ କଲେନି । ସେତେବେଳେ ରାଜନୂତିକ ମୁଦ୍ଦା ନ ବନାଇ ଲଢିଥାନ୍ତେ ସେ ବଞ୍ଚି ଯାଇଥାନ୍ତା । ଆଜି ଯେଉଁ ପିଲା ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି, ସେତେବେଳେ ବିରୋଧ କରୁଥିଲେ । ସୋସିଆଲ ମିଡିଆରେ ତା ନାଁରେ ଖରାପ କମେଣ୍ଟ କରୁଥିଲେ । ଯେତେବେଳେ କିଛି ଉପାୟ ନପାଇଲା ନିଜକୁ ଢାଳି ଦେଇଛି । ଆଜି କେବଳ ସେ ଜଳିନି, ତା ସାଙ୍ଗରେ ଆମେ ସମସ୍ତେ ଜଳୁଛୁ ।










