19.1 C
Bhubaneswar
Friday, February 6, 2026
Homeଓଡିଶାସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ

ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: ବାଲେଶ୍ବର ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି। ଏହି ଘଟଣା ପରେ ସରକାରଙ୍କ ଚେତା ପଶିଛି। ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନକୁ ନେଇ ତାଗିଦ୍ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ଅଭିଯୋଗ କମିଟିର ସ୍ଥିତିକୁ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ କଲେଜକୁ ନିର୍ଦ୍ଦେଶ। ଯୌନ ନିର୍ଯାତନା ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ନିଜ କ୍ୟାମ୍ପସରେ ସମ୍ବେଦନଶୀଳ ଘଟଣା ଉପରେ ନଜର ରଖିବାକୁ କୁହାଯାଇଛି। ଆଇସିସି ଥିଲେ କାର୍ଯ୍ୟକ୍ଷମ କର, ନଥିଲେ ତୁରନ୍ତ ଗଢ଼ିବାକୁ କୁହାଯାଇଛି। ଇନ୍‌ହାଉସ ସୁରକ୍ଷାକର୍ମୀ ନିୟୋଜିତ କରିବା ସହିତ ୨୪ ଘଣ୍ଟିଆ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking