21.1 C
Bhubaneswar
Thursday, February 5, 2026
Homeଓଡିଶାଜୁଲାଇ ୨୩ ରେ ବିଧାନସଭା ସମ୍ମୁଖରେ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ

ଜୁଲାଇ ୨୩ ରେ ବିଧାନସଭା ସମ୍ମୁଖରେ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ଛାତ୍ରୀ ଓ ମହିଳାମାନଙ୍କ ଉପରେ କ୍ରମବର୍ଦ୍ଧମାନ ନିର୍ଯ୍ୟାତନା ଓ ଦୁଷ୍କର୍ମ ବନ୍ଦ ପାଇଁ ପଦକ୍ଷେପ ଗ୍ରହଣ କରିବା, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସ୍ଥାନରେ ଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, ଅଶ୍ଳୀଳତା-ଅପସଂସ୍କୃତି-ମଦମାଦକ ଦ୍ରବ୍ୟର ବ୍ୟାପକ ପ୍ରଚାର ପ୍ରସାର ବନ୍ଦ କରିବା, ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ବିଦ୍ୟାଳୟ ଅବିଳମ୍ବେ ଖୋଲିବା, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଆବଶ୍ୟକୀୟ ଶିକ୍ଷକ, ଅଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ଅବିଳମ୍ବେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା କରିବା, ଛାତ୍ରଛାତ୍ରୀଙ୍କୁ ସମସ୍ତ ବସ୍ ରେ ଫ୍ରି ବସ୍ ପାସ୍ ଯୋଗାଇ ଦେବା, ୟୁଜିସି ଚିଠା ନିୟାମକ – ୨୦୨୫ ବାତିଲ କରିବା, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି – ୨୦୨୦ ବାତିଲ କରିବା, ଚାରି ବର୍ଷିଆ ଡିଗ୍ରୀ କୋର୍ସ ପ୍ରଚଳନ ବନ୍ଦ କରିବା, ଉଚ୍ଚ ଶିକ୍ଷାରେ ରେସ୍‌ନାଲାଇଜେସନ୍ ନୀତି ଆଳରେ ଅଧ୍ୟାପକ ପଦବୀ ଉଚ୍ଛେଦ ଷଡଯନ୍ତ୍ର ବନ୍ଦ କରିବା, ପ୍ରଥମ ଶ୍ରେଣୀରୁ ପାସ୍ – ଫେଲ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା, ଶିକ୍ଷା କ୍ଷେତ୍ରରେ ବ୍ୟାପକ ଫିସ୍ ବୃଦ୍ଧି, ଘରୋଇକରଣ ଏବଂ ବ୍ୟବସାୟୀକରଣ ବନ୍ଦ କରିବା ପ୍ରଭୃତି ଦାବିରେ ଆସନ୍ତା ୨୩ ଜୁଲାଇ ବିଧାନସଭା ସମ୍ମୁଖରେ ଏଆଇଡିଏସଓ ପକ୍ଷରୁ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଆଜି ଗୋଦାବରୀଶ ସାହିତ୍ୟ ସଂସଦଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇଡିଏସଓ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଛାତ୍ରୀମାନଙ୍କ ସହ ଗୋଟିଏ ପରେ ଗୋଟିଏ ଅତ୍ୟନ୍ତ ବେଦନାଦାୟକ ଘଟଣାକୁ ସାମ୍ବାଦିକ ସମ୍ମିଳନୀରେ ଘୋର ନିନ୍ଦା କରାଯାଇଥିଲା । ଞ୍ଜବାଲେଶ୍ୱରର ଫକୀର ମୋହନ ମହାବିଦ୍ୟାଳୟରେ ଘଟିଯାଇଥିବା ସଦ୍ୟ ଘଟଣାକୁ ସଙ୍ଗଠନ ପକ୍ଷରୁ ଦୃଢ ନିନ୍ଦା କରିବା ସହ ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ତଥା ସମସ୍ତ ଦୋଷୀଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଦାବିରେ ରାଜ୍ୟବ୍ୟାପୀ ଏଆଇଡିଏସଓ ପ୍ରତିବାଦ ଆନ୍ଦୋଳନ ଜାରି ରଖିଛି ଓ ଆଗାମୀ ଦିନରେ ଏହି ପ୍ରତିବାଦ ଆହୁରି ଦୁର୍ବାର ରୁପ ନେବ ବୋଲି କୁହାଯାଇଛି । ଶିକ୍ଷା-ସଂସ୍କୃତି-ମାନବତାକୁ ରକ୍ଷା କରିବାର ଗୁରୁ ଦାୟିତ୍ୱ ନେଇ ସାରା ରାଜ୍ୟର ଛାତ୍ରସମାଜ ତଥା ସମସ୍ତ ସ୍ତରର ଜନଗଣ ଆଗେଇ ଆସିବା ସହ ୨୩ ଜୁଲାଇ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭକୁ ସଫଳ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଉପ-ସଭାପତି ଭାଗ୍ୟରବି ଦାସ, ଅଫିସ ସମ୍ପାଦକ ନସିମ ସରକାର, କୋଷାଧ୍ୟକ୍ଷା ସପ୍ତର୍ଷିନୀ ରାଉଳ ପ୍ରମୂଖ ଆହ୍ୱାନ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking