25.1 C
Bhubaneswar
Thursday, February 5, 2026
Homeଓଡିଶାବିଷାକ୍ତ ଦେଶୀ ମଦ ପିଇ ଦୁଇ ମୃତ, ତିନି ଗୁରୁତର

ବିଷାକ୍ତ ଦେଶୀ ମଦ ପିଇ ଦୁଇ ମୃତ, ତିନି ଗୁରୁତର

ଢେଙ୍କାନାଳ: ଢେଙ୍କାନାଳରେ ଦେଖାଦେଇଛି ମଦ ମୃତ୍ୟୁର ବିଭୀଷିକା । ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବମ୍ପା ଗ୍ରାମରେ ଏହି ବିଷାକ୍ତ ଦେଶୀ ମଦ ପିଇ ଆଜି ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଓ କଟକରେ ଭର୍ତି କରାଯାଇଛି । ମୃତକ ଦୁଇଜଣ ବମ୍ପା ଗ୍ରାମର ମନ୍ମଥ ସାମଲ ଓ ପ୍ରଫୁଲ ସମାଲ ବୋଲି ଜଣାପଡିଛି। ଗୁରୁତର ମାନେ ସୁଶାନ୍ତ ମାଝୀ,ରାହସ ମାଝୀ ବୋଲି ଜଣାପଡିଛି। ଗତ ଅପରାହ୍ନରେ ସେମାନେ ଦେଶୀ ମଦ ପିଇ ଥିଲେ । ତେବେ ପିଇବା ପରେ ଛାତି ବିନ୍ଧିବା ସହିତ ଅଣ ନିଶ୍ୱାସୀ ହୋଇ ପ୍ରବଳ ବାନ୍ତି ହୋଇଥିଲା ବୋଲି ପ୍ରକାଶ କରିଛନ୍ତି ଚିକିତ୍ସିତ ହେଉଥିବା ସୁଶାନ୍ତ ମାଝୀ। ତେବେ ଉକ୍ତ ଗ୍ରାମର ଚଳିତ ସପ୍ତାହରେ ଏହି ଦୁଇଜଣଙ୍କୁ ମିଶାଇ ୭ଜଣଙ୍କର ଏହି ଦେଶୀ ମଦ ପିଇ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ମାନେ ସୁରେଶ ପାତ୍ର, ଦୟାନିଧି ସେଠି, ଗୌରା ମାଝୀ, ଡ୍ରାଇଭର ଭୋଇ ଓ ସୁରେଶ ପାତ୍ର ବୋଲି ଜଣାପଡିଛି। ସମସ୍ତେ ଉକ୍ତ ବମ୍ପା ଗ୍ରାମର ଓ ସମସ୍ତଙ୍କ ବୟସ ୪୫ରୁ ୫୫ମଧ୍ୟରେ ହେବ ବୋଲି ଜଣାପଡିଛି । ଉକ୍ତ ଗ୍ରାମରେ ଦେଶୀ ବିଷାକ୍ତ ଜନିତ ମଦ ଯୋଗୁଁ ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking