27.1 C
Bhubaneswar
Saturday, August 15, 2026
Homeଓଡିଶାପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଆମେ ପ୍ରତ୍ୟେକ ଭାରତବାସୀ ତ୍ରିରଙ୍ଗା ପତାକାକୁ ସର୍ବୋଚ୍ଚ ସମାନ ଦେବା ଉଚିତ । ଆମର ପୂର୍ବ ପୁରୁଷମାନେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ସୁଭାଷ ବୋଷ ପ୍ରଭୃତି ତ୍ରିରଙ୍ଗାର ମହନୀୟତାକୁ ଯେପରି ଟେକ ରଖିଥିଲେ ତାକୁ ଆମେ ଆଜି ସ୍ମରଣ କରିବା ଦରକାର । ସ୍ୱଧୀନତା ପ୍ରାପ୍ତି ପାଇଁ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀ ଓ ଜନସାଧାରଣ ସେମାନଙ୍କର ଜୀବନକୁ ବଳିଦାନ ଦେଇଛନ୍ତି । କିନ୍ତୁ ଆଜି ଆମେ କେତେ ସ୍ୱାଧୀନତା ହାସଲ କରିଛେ ତାହା ବିଚାର କରିବାର ସମୟ ଆସିଛି ବୋଲି ସେ କହିଥିଲେ । ଆଜି କେନ୍ଦ୍ର ସରକାର ଜନସାଧାରଣଙ୍କୁ ନ୍ୟାୟ ଦେବା ତ ଦୁରର କଥା, ବରଂ ନ୍ୟାୟପାଳିକା ଓ ଶାସନ ବ୍ୟବସ୍ଥାକୁ ନିଜର ସ୍ୱାର୍ଥ ପାଇଁ ଅକ୍ତିଆରରେ ରଖିବା ଅତ୍ୟନ୍ତ କ୍ଷୋଭର ବିଷୟ । ମହାତ୍ମା ଗାନ୍ଧୀ ବିନା ରକ୍ତପାତ ଓ ବିନା ସଂଘର୍ଷରେ ଯେଉଁ ସ୍ୱାଧୀନତା ହାସଲ କରିଥିଲେ ଆଜି ବିଜେପି ସରକାର ଗାନ୍ଧୀଜୀଙ୍କୁ ତିରସ୍କାର କରୁଛି, ସ୍ୱାଧୀନତା କ୍ଷୂର୍ଣ୍ଣ ହୋଇଛି । କିନ୍ତୁ କଂଗ୍ରେସ ସର୍ବଦା ଗାନ୍ଧୀଜୀଙ୍କ ପ୍ରତି ଅତୁଟ ଶ୍ରଦ୍ଧା ଓ ସମ୍ମାନ ରଖିଛି । ଆମର ପ୍ରିୟ ନେତା ଶ୍ରୀ ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ନ୍ୟାୟ ଦେବାପାଇଁ ସର୍ବଦା ନିଜ କର୍ତ୍ତବ୍ୟ ଜାରି ରଖିଛନ୍ତି । କୋଟି କୋଟି ଯୁବକ ଯୁବତୀ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଲଢ଼ୁଛନ୍ତି । ରାଜ୍ୟ କଂଗ୍ରେସ ଦଳ ରାଜ୍ୟବାସୀଙ୍କ ସ୍ୱାର୍ଥ ନିମନ୍ତେ ସର୍ବଦା ଛିଡ଼ା ହୋଇଛି । ଗତ ବନ୍ୟାରେ ପର୍ଯ୍ୟାପ୍ତ ପରିମାଣର ରିଲିଫ ନେଇ ଦୁଃସ୍ଥ ଲୋକଙ୍କୁ ବଣ୍ଟନ କରିଛି । ଆଜି ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏକଜୁଟ ହୋଇ ରାଜ୍ୟବାସୀଙ୍କ ସ୍ୱାର୍ଥ ନିମନ୍ତେ ସଂଗ୍ରାମ ଜାରି ରଖିବାକୁ ଶ୍ରୀ ଦାସ ଆହ୍ୱାନ କରିଥିଲେ ।

ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଶ୍ରୀ ଜ୍ୟୋତିଷ ସାହୁ, ମହମ୍ମଦ ସାହାଦୁଲ୍ଲା, ମନୋଜ ସାହୁ, ନଳିନୀ ବେହେରା, ଉଷାରାଣୀ ବେହେରା ପରିଚାଳନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, କିଶୋର ପଟେଲ, ସୁରେଶ କୁମାର ରାଉତରାୟ, ସମୀର କୁମାର ରାଉତରାୟ, ଶିବାନନ୍ଦ ରାୟ,ନଗେନ୍ଦ୍ର ପ୍ରଧାନ, ହମିଦ ହୁସେନ, କିଶୋର ଜେନା, ପ୍ରକାଶ ଜେନା, ସିପ୍ରା ମଲ୍ଲିକ, ଜିଆଉଲ ହକ, କୃଷ୍ଣ ଶଗରିଆ, ସିର୍ଦ୍ଧାଥ ସ୍ୱରୂପ ଦାଶ, ଅରବିନ୍ଦ ଦାସ, ଲଲାଟେନ୍ଦୁ ମହାପାତ୍ର, ପୃଥିବୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଯୋଗୀନାଥ ବାହୁବଳେନ୍ଦ୍ର, ରଜନୀ ମହାନ୍ତି, ପ୍ରଣତୀ ମିଶ୍ର, ସୁଧାଂଶୁ ମହାନ୍ତି, ଆଲୋକ ମହାନ୍ତି, ତରୁଣ ମିଶ୍ର, ଆଲୋକ ନନ୍ଦ, ରାଜକିଶୋର ବାରିକ, ଶ୍ରେୟା ମହାନ୍ତି, ବିଶ୍ୱକଲ୍ୟାଣୀ କର, ହଳଧର ସେଠୀ, ଜାନକୀ ମଲ୍ଲିକ, ହିଂମାଶୁ ଲେଙ୍କା, ସୁନିତା ବିଶ୍ୱାଳ, ଦୀପକ ସାହୁ, ଶ୍ରେୟାସ୍ମିତା ପଣ୍ଡା, ଦେବାଶିଷ ଭୁୟାଁ, ସୁଶାନ୍ତ ତ୍ରିପାଠୀ, ବାଳକୃଷ୍ଣ ଦଣ୍ଡସେନା, ଭାସ୍କର ସେଠୀ, ସିଦ୍ଧାର୍ଥ ରାଉତରାୟ, ଜ୍ୟୋତି ମହାନ୍ତି, ସତ୍ୟଜିତ ପଟ୍ଟନାୟକ, ମୋହନ ଜେନା, ସଂକୁନା କହଁର, ସମସିଦା ତୟାବ, ଶିଳ୍ପିଶ୍ରୀ ହରିଚନ୍ଦନ, ବିଜୟ ଦ୍ୱିବେଦୀ, ବିଣାପାଣୀ ସାମଲ, ସୁଭାଷ ପ୍ରଧାନ, ଜୟନ୍ତ ଭୋଇ, ଜୟକୃଷ୍ଣ ମଲ୍ଲିଆ, ତାପସ ସେଠୀ, ସଂଜୟ ମିଶ୍ର, ସତ୍ୟବ୍ରତ ନାୟକ, ଆତ୍ମାରାମ ପତି, ଜୟସ୍ମିତା ମହାନ୍ତି, ସିଲି ସେଠୀ, ମଞ୍ଜୁ ପ୍ରଭା ମିଶ୍ର, ଅମିଷା ସାମନ୍ତରାୟ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking