କଟକ: ଜୁଲାଇ ୧୪ରେ କଟକରେ ବନ୍ଦ ରହିବ ସମସ୍ତ ଡାକଘର । ଆସନ୍ତା ସୋମବାର ଦିନ କଟକ ପ୍ରଧାନ ଡାକଘର ଅଧୀନସ୍ଥ ସମସ୍ତ ଡାକଘର ଡାକକାର୍ଯ୍ୟ ବନ୍ଦ ରହିବ । ଜୁଲାଇ ୧୫ ତାରିଖରେ ଏକ ନୂତନ ସଫ୍ଟୱେରର ପ୍ରଚଳନ ହେବ । ଯେଉଁଥି ପାଇଁ ଡାକଘରମାନଙ୍କରେ ୧୪ ତାରିଖରେ କାର୍ଯ୍ୟ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି କଟକ ନଗର ଡାକ ମଣ୍ଡଳ ବରିଷ୍ଠ ଡାକ ଅଧୀକ୍ଷକ । ଏଥିପାଇଁ ସମସ୍ତ ଗ୍ରାହକ ଓ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ।










