16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏକ ରୂପା ତାରକସି ଫଳକ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ମୋଦିଙ୍କ ସହ ଭେଟି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ କିଛି ଚର୍ଚ୍ଚା କରିପାରନ୍ତି ବୋଲି ଆଶା କରାଯାଉଛି । ରାଜ୍ୟର ଗୁରୁତ୍ୱପୂଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥାଇପାରେ ବୋଲି ମଧ୍ୟ ଆଶା କରାଯାଉଛି । ସାମ୍ପ୍ରତିକ ସ୍ଥିତି ଓଡିଶା ରାଜନୈତିକ ସମ୍ବନ୍ଧରେ ଆଲୋଚନା କରିଥାଇପାରନ୍ତି ସୂଚନା ମିଳିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ରାଜନାଥ ସିଂଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ସୂଚନାନୁସାରେ ମୋହନ ମାଝୀଙ୍କ ଦୁଇ ଦିନିଆ ଦିଲ୍ଲୀ ଗସ୍ତ ରହିଛି । ସମୟ ରହିଲେ ଆଉ କିଛି ବିଜେପି ରାଜନେତାଙ୍କ ସହ ଭେଟିପାରନ୍ତି ବୋଲି ସୂଚନା ମିଳିଛି ।

ଅନ୍ୟପଟେ କିଛିଦିନ ତଳେ ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଥିଲେ । ଆହୁରି କହିଥିଲେ ବୋର୍ଡ ଓ ନିଗମ ନିଯୁକ୍ତି ନେଇ ତାଲିକା ପ୍ରସ୍ତୁତ ହୋଇଛି । ଆଉ କିଛି ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଯୁବକ ଓ ବରିଷ୍ଠଙ୍କ ସହ ସମନ୍ୱୟ ରଖି ଟିମ ଗଠନ ହେବ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା, କେନ୍ଦ୍ର ରାଜ୍ୟ ସୁସମନ୍ୱୟ ତଥା ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ସମୃଦ୍ଧ ଓଡ଼ିଶା, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ଆଜିର ଏହି ଭେଟ୍‌ଘାଟକୁ ଆହୁରି ଖୋରାକ ଯୋଗାଉଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବୋଧହୁଏ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଉପରେ ହେବ ବୋଲି ଚର୍ଚ୍ଚା ଜୋର୍ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking