21.1 C
Bhubaneswar
Wednesday, February 4, 2026
Homeଓଡିଶାସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା ଆରମ୍ଭ

ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା ଆରମ୍ଭ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀଗୃହ ପାଠପଢ଼ା ଜୁଲାଇ ୧୦ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସମୟ ସାରଣୀ ଅନୁଯାୟୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଜୁଲାଇ ୧୦ ତାରିଖରୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଛି।

ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ନାମଲେଖା ପ୍ରକିୟାର ଫେଜ୍‌-୧ ତୃତୀୟ ପର୍ଯ୍ୟାୟ ଶେଷହେବା ପର୍ଯ୍ୟନ୍ତ, ୧,୬୦,୨୫୫ ଜଣ ଛାତ୍ରଛାତ୍ରୀ ସ୍ନାତକ ଶ୍ରେଣୀରେ ନାମ ଲେଖାଇଥିବାବେଳେ ୧୮,୪୨୮ ଜଣ ଛାତ୍ରଛାତ୍ରୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ସ୍ନାତକ ଶ୍ରେଣୀ ପାଇଁ ଫେଜ୍‌-୧ ସ୍ପଟ ଆଡ଼ମିଶନ ପ୍ରକ୍ରିୟା (ସ୍ପଟ ନାମଲେଖା ପ୍ରକିୟା) ଆସନ୍ତା ଜୁଲାଇ ୧୬ ତାରିଖରେ ସମାପ୍ତ ହେବ। ସେହିପରି ଭାବେ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ପର୍ଯ୍ୟାୟ ନାମ ଲେଖା ପ୍ରକିୟା ଆସନ୍ତା ଜୁଲାଇ ୨୫ ତାରିଖରେ ସମାପ୍ତ ହେବ।

ପ୍ରକାଶଯୋଗ୍ୟ ଯେ, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ପାଠ୍ୟକ୍ରମକୁ ସଠିକ ସମୟରେ ଆରମ୍ଭ କରିବା ପାଇଁ ଶିକ୍ଷାବର୍ଷ-୨୦୨୫-୨୬ରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ଫଳରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ସଠିକ ସମୟରେ ପାଠପଢ଼ା ଆରମ୍ଭ ହେବା ସହିତ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking