ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ ରାଜ୍ୟ ବିଜେପି ପ୍ରେସମିଟ କରିଛି । କଂଗ୍ରେସ ଉପରେ ବର୍ଷିଲେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ । କଂଗ୍ରେସ ଆଜି ମଧ୍ୟ ହତାଶା ଭିତରେ ରହିଛି । କଂଗ୍ରେସ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଛି । ସମ୍ବିଧାନ ବଞ୍ଚାଅ ସମାବେଶ ନୁହଁ, କଂଗ୍ରେସ ବଞ୍ଚାଅ ସମାବେଶ । ନିଜେ କାଚ ଘରେ ରହି ଅନ୍ୟକୁ ପଥର ଫୋପାଡୁଛନ୍ତି । ସମ୍ବିଧାନର ହତ୍ୟାକାରୀମାନେ ସମ୍ବିଧାନ କଥା କହୁଛନ୍ତି । କଂଗ୍ରେସ ଲଗାତାର ସମ୍ବିଧାନର କଣ୍ଠରୋଧ କରିଆସିଛି ।










