ପୁରୀ/ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଗତ ଜୁନ୍ ୨୯ ତାରିଖରେ ଦଳାଚକଟା ଯୋଗୁଁ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏ ସମ୍ବନ୍ଧରେ ଦଦନ୍ତ ଜାରି ରହିଥିବା ବେଳେଆଜି ଜୁଲାଇ ୧୦ ତାରିଖରେ ପୁରୀ ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷିଣ ଭବନ ( ସ୍ପେଶାଲ ସର୍କିଟ ହାଉସ) ଠାରେ ହୋଇଥିବା ସାର୍ବଜନୀନ ସାକ୍ଷ୍ୟ ଗ୍ରହଣରେ ୪୮ ଜଣ ବ୍ୟକ୍ତି/ ଅନୁଷ୍ଠାନମାନେ ଉନ୍ନୟନ କମିଶନରଙ୍କୁ ସାକ୍ଷାତ କରି ସେମାନଙ୍କର ସାକ୍ଷ୍ୟ ପ୍ରଦାନ କରି ତଥ୍ୟ ଉପସ୍ଥାପନ କରିଛନ୍ତି ଓ ଏହାକୁ ରେକର୍ଡ ଭୁକ୍ତ କରାଯାଇଛି । ଉଲ୍କେଖଯୋଗ୍ୟ ଯେ, ଗତକାଲି ଜୁଲାଇ ୯ ତାରିଖରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ଉନ୍ନୟନ କମିଶନର ୧୭ ଜଣ ବ୍ୟକ୍ତି / ଅନୁଷ୍ଠାନମାନଙ୍କ ଠାରୁ ଏ ସଂପର୍କରେ ସାକ୍ଷ୍ୟ ଗ୍ରହଣ କରିଥିଲେ ଏବଂ ସେସବୁ ମଧ୍ୟ ରେକର୍ଡ କରାଯାଇଛି ।










