ଭୁବନେଶ୍ୱର: ଓଡିଶା ସରକାରଙ୍କୁ ମହୁଆ ଧମକାଇଲେ ବେଙ୍ଗଲି ସାଂସଦ ମହୁଆ ମୈତ୍ର । ଝାରସୁଗୁଡାରେ ଅଟକ ୪୨୧ ଶ୍ରମିକଙ୍କ ଘଟମାରେ ଭିଡିଓ ବାର୍ତ୍ତାରେ ଧମକାଇଲେ । କହିଲେ , ଏମାନଙ୍କ ଭିତରେ ମୋ ନିର୍ୱାଚନ ମଣ୍ଡଳୀର ୨୩ ଶ୍ରମିକ ଅଛନ୍ତି । ମୋ ନିର୍ୱାଚନ ମଣ୍ଡଳୀର ୨୩ ଶ୍ରମିକଙ୍କ ସହ ୪୨୧ ବେଙ୍ଗଲି ଅଟକ ଅଛନ୍ତି । ବେଆଇନ ଭାବେ ଝାରସୁଗୁଡା ଓରିଏଣ୍ଟ ପୋଲିସ ଷ୍ଟେସନ ଅଟକ ରଖିଛି । ଓଡିଶାକୁ ୫୦ ପ୍ରତିଶତ ପଯ୍ୟଟନ ରାଜସ୍ୱ ବେଙ୍ଗଲରୁ ହିଁ ଯାଉଛି । ଯଦି ଆପଣ ଆମ ଶ୍ରମିକଙ୍କୁ ଅଟକାଇବେ , ଆମ ପଯ୍ୟଟକ ଆଉ ଯିବେ ତ । ଓଡିଶା ସରକାର ଗୁରୁତର ସହ ନେଇ ତୁରନ୍ତ ମୁକ୍ତି କରନ୍ତୁ ।










