ଭୁବନେଶ୍ୱର: ସୋୟାବିନ ଖାଇବା ଦ୍ୱାରା ଶରୀର ଗଠନ ହୁଏ କି ? ସୋୟାବିନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏା ସୋୟାବିନ ପ୍ରୋଟିନ, ଭିଟାମିନ ବି୬, ବି୧୨, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମରେ ଭରପୁର ରହିଥାଏ । ଏହା ଆମ ହୃଦୟକୁ ସୁସ୍ଥ ରଖେ ଏବଂ ହୃଦରୋଗର ଆଶଙ୍କା କମାଇଥାଏ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ସୋୟାବିନ ଖାଇବା ଦ୍ୱାରା ଶରୀର ଗଠନ ହୁଏ କି ନାହିଁ । ସୋୟାବିନ ପ୍ରୋଟିନରେ ଭରପୁର ଥିବାରୁ ଏହା କାଇବା ଦ୍ୱାରା ଶରୀର ମଧ୍ୟ ଗଠନ ହୋଇପାରିବ । ଏହା ବ୍ୟତୀତ ସୋୟାବିନ ଖାଇବା ଦ୍ୱାରା ହାଡ ମଜବୁତ ହୁଏ । ଏଥିରେ ପଯ୍ୟାପ୍ତ ପରିମାଣର ପ୍ରୋଟିନ ଏବଂ ଅନ୍ୟାନ୍ୟ ପୋଷକ ତତ୍ୱ ରହିଛି, ଯାହା ଶରୀରର ବୃଦ୍ଧିରେ ସହାୟକ ହୋଇଥାଏ । ସୋୟାବିନ ଶରୀର ଗଠନ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଉଚ୍ଚ ପ୍ରୋଟିନର ଏକ ଭଲ ଉତ୍ସ । ଯାହା ଯୋଗୁଁ ଏହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ ।










