ଗଞ୍ଜାମ: ଉସ୍ତପଲ୍ଲୀ ଗାଁରେ ଝାଡାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଦିଗପହଣ୍ଡି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଉ ୧୦ ଆକ୍ରାନ୍ତ ବ୍ରହ୍ମପୁର ଓ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗାଁରେ ଡାକ୍ତରୀ ଟିମ ପହଞ୍ଚି ପାଣି ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଯାଇଥିବା ସୂଚନା ମିଳିଛି । ମୃତ୍ୟୁ ଖବର ଶୁଣି ପରିବାରରେ ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










