19.1 C
Bhubaneswar
Tuesday, February 10, 2026
Homeଓଡିଶାସୁନାବେଶ: ମହଣ ମହଣ ସୁନାରେ ଆଭୂଷିତ ଚତୁର୍ଦ୍ଧାମୂର୍ତ୍ତି

ସୁନାବେଶ: ମହଣ ମହଣ ସୁନାରେ ଆଭୂଷିତ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସିଂହଦ୍ଵାର ସମ୍ମୁଖରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହେଉଅଛି। ସୁନାପିନ୍ଧି ଝଟକୁଛନ୍ତି ରଥାରୂଢ ଦିଅଁ । ମହଣ ମହଣ ସୁନାରେ ଆଭୂଷିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବଡ଼ ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସୁଭଦ୍ରା ରଥ ଉପ‌ରେ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଓ ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେଉଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସୁନାବେଶ ଦେଖିବାକୁ ପୁରୀ ବଡ଼ଦାଣ୍ଡରେ ଏକତ୍ରିତ ହୋଇଛନ୍ତି। ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଶ୍ରଦ୍ଧାଳୁମାନେ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସୁନାବେଶ ଦେଖିପାରିବେ।

ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି (ଖୋଲା ହେବ) ହେବ। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଛି। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ୱରୁ ଦର୍ଶନ ପାଇଁ ପ୍ରବେଶ କରିବେ। ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ୱରେ ପ୍ରସ୍ଥାନ କରିବେ। ନିର୍ଘଣ୍ଟ ନୀତି ଅନୁଯାୟୀ, ରାତି ୧୦ଟାରୁ ୧୧ଟା ଭିତରେ ସୁନାବେଶ ମଇଲମ(ଖୋଲାଯିବ) ହେବ। ରାତି ୧୧ଟା ଚନ୍ଦନା ଲାଗି, ରାତି ୧୨ଟା ବଡ଼ଶିଙ୍ଗାର ବେଶ, ରାତି ୧୨.୩୦ ବଡ଼ଶିଙ୍ଗାର ଭୋଗ, ରାତି ୧୨.୪୫ ମଇଲମ, ରାତି ୧ଟା ମହାସ୍ନାନ ପୂଜା, ରାତି ୧.୩୦ ଶୟନ ଠାକୁର ବିଜେ କରିବେ। ଭୋର ୪ଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking