21.1 C
Bhubaneswar
Saturday, February 7, 2026
Homeଓଡିଶାସାପ କାମୁଡିବାରୁ ଚାଷୀ ମୃତ

ସାପ କାମୁଡିବାରୁ ଚାଷୀ ମୃତ

ଧାମରା : ସାପ କାମୁଡାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛିଏହି ଅଭାବନୀୟ ଘଟଣା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ପଞ୍ଚାୟତ ଖମାରସାହି ଗାଁରେ ଘଟିଛି। ମୃତକ ଖମାର ସାହିର ବ୍ରହ୍ମାନନ୍ଦ ବାରିକ ବୋଲି ଜଣାପଡିଛି। ବ୍ରହ୍ମାନନ୍ଦ ବିଲରେ ତଳି ପକାଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଥିଲା । ଖବର ପାଇବା ପରେ ଗ୍ରାମବାସୀମାନେ ବିଲରୁ ବ୍ରହ୍ମାନନ୍ଦ କୁ ପ୍ରଥମେ ବଇଁଚା ମେଡିକାଲ ଏବଂ ପରେ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଭଦ୍ରକରେ ଚିକିତ୍ସା ପରେ ସେଠାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ତାଙ୍କ ଅଞ୍ଚଳବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking