16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଦୁଗ୍ଧ ଏବଂ ଜିଏମ୍ ଫସଲ ଆଲୋଚନାରେ ନାହିଁ: ରିପୋର୍ଟ

ଦୁଗ୍ଧ ଏବଂ ଜିଏମ୍ ଫସଲ ଆଲୋଚନାରେ ନାହିଁ: ରିପୋର୍ଟ

ନୂଆଦିଲ୍ଲୀ/ୱାଶିଂଟନ: ଦୀର୍ଘ ଦିନ ଧରି ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ୍ ଡିଲ୍ ହେବାକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏସବୁ ମଧ୍ୟରେ ଏକ ସକରାତ୍ମକ ସୂଚନା ସାମ୍ନାକୁ ଆସିଛି । ଭାରତ ଏବଂ ଆମେରିକା ୪୮ ଘଣ୍ଟା ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିପାରନ୍ତି । ଏଭଳି ଏକ ସମ୍ଭାବନା ସ୍ପଷ୍ଟ ହୋଇଛି । ତେବେ ଏହି ବାଣିଜ୍ୟ ଚୁକ୍ତିରେ କୃଷି, ଦୁଗ୍ଧ ଏବଂ ଜିଏମ୍ ଫସଲକୁ ବାଦ୍ ଦିଆଯାଇଛି । କ୍ଷଲକ୍ଷକ୍ତ ଜୁଲାଇ ୯ ତାରିଖ ପୂର୍ବରୁ ଭାରତ ଜୋତା ଏବଂ ପୋଷାକ ଭଳି ପ୍ରମୁଖ ରପ୍ତାନୀ ଉପରେ ଶୁଳ୍କ ହ୍ରାସ ଚାହୁଁଛି, ଯେତେବେଳେ କି ଆମେରିକା ଭାରତ ଉପରେ ୨୬% ଶୁଳ୍କ ନୀତି ଲାଗୁ କରିଛି । ଅବଶ୍ୟ ଆମେରିକା ଏହି ନୀତି ଉପରେ ସାମୟିକ ସ୍ଥଗିତାଦେଶ ଲାଗୁ କରିଛି, କିନ୍ତୁ ଏହାର ସମୟସୀମା ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଆଲୋଚନାରେ ୨୬% ଶୁଳ୍କ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି ।

ଏନ୍‌ଡିଟିଭି ରିପୋର୍ଟ ଅନୁଯାୟୀ, ଭାରତ ଏବଂ ଆମେରିକା ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାକୁ ନିକଟତର । ଉଭୟ ପକ୍ଷ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହାକୁ ସମାପ୍ତ କରିବାକୁ କାମ କରୁଛନ୍ତି । ବର୍ତ୍ତମାନ ୱାଶିଂଟନରେ ଆଲୋଚନା ଚାଲିଛି । ଜୁଲାଇ ୯ ତାରିଖ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଭାରତର ବାଣିଜ୍ୟ ଦଳ ଆମେରିକାର ରାଜଧାନୀରେ ତାଙ୍କର ରହଣିକୁ ବୃଦ୍ଧି କରିଛି । ରିପୋର୍ଟ ଅନୁସାରେ କୃଷି ଏବଂ ଦୁଗ୍ଧ ଆଲୋଚନାରେ ସ୍ଥାନ ଦିଆଯିବ ନାହିଁ । କାରଣ ଗତ କିଛି ମାସ ଧରି ଚାଲିଥିବା ବାଣିଜ୍ୟ ଆଲୋଚନା ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକରେ ବାଧା ସୃଷ୍ଟି କରୁଛି । ଆମେରିକା ଭାରତ ଉପରେ କୃଷି, ଦୁଗ୍ଧ ଏବଂ ଜେନେଟିକାଲ୍ ମଡିଫାଏଡ୍ (ଏମ୍‌ଜି) ଫସଲ ପାଇଁ ବଜାର ଖୋଲିବା ପାଇଁ ଚାପ ପକାଉଛି, ଯାହା ଭାରତ ଏହାର ଚାଷୀଙ୍କ ଚିନ୍ତା ଯୋଗୁଁ ଦୀର୍ଘ ଦିନ ଧରି ବିରୋଧ କରିଆସୁଛି । ଖାଦ୍ୟ ସୁରକ୍ଷା ଏବଂ ଗ୍ରାମୀଣ ଜୀବିକା ଉପରେ ଚିନ୍ତା ଯୋଗୁଁ ଭାରତ ଏହି ଉଭୟ କ୍ଷେତ୍ରକୁ ଚୁକ୍ତିରୁ ବାଦ୍ ଦେଇପାରେ । ଭାରତର କୃଷି କ୍ଷେତ୍ର କ୍ଷୁଦ୍ର ଚାଷୀଙ୍କ ଦ୍ୱାରା ପ୍ରାଧାନ୍ୟ ବିସ୍ତାରିତ, ଯାହା ଏପରି ରିହାତିକୁ ରାଜନୈତିକ ଭାବରେ କଷ୍ଟକର କରିଥାଏ ।

ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରସ୍ପରିକ ଶୁଳ୍କ ହ୍ରାସ । ଉଭୟ ଦେଶର ଅଧିକାରୀମାନେ ଏକ ସନ୍ତୁଳିତ ବାଣିଜ୍ୟ ପରିବେଶ ସୃଷ୍ଟି କରିବା ପାଇଁ ସାମଗ୍ରିକ ଶୁଳ୍କ ପ୍ରତିବନ୍ଧକକୁ ହ୍ରାସ କରିବା ଉପରେ କାମ କରୁଛନ୍ତି । ପ୍ରକାଶ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ଚୁକ୍ତିକୁ ସମର୍ଥନ କରିବାର ସଙ୍କେତ ଦେଇଛନ୍ତି । ମଙ୍ଗଳବାର ଦିନ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଭାରତ ସହିତ ଏକ ଚୁକ୍ତି ନିକଟତର ହୋଇଛି ଏବଂ ଶୁଳ୍କ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଜୁଲାଇ ସୁଦ୍ଧା ଯଦି କୌଣସି ଚୁକ୍ତି ସ୍ୱାକ୍ଷରିତ ହୁଏ ନାହିଁ, ତେବେ ୨୬% ଶୁଳ୍କ ନୀତି ସ୍ୱୟଂଚାଳିତ ଭାବେ ଲାଗୁହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking