25.1 C
Bhubaneswar
Saturday, December 6, 2025
Homeଓଡିଶାବିଦ୍ୟୁତ୍ ତାର ଲାଗି ଯୁବକ ମୃତ

ବିଦ୍ୟୁତ୍ ତାର ଲାଗି ଯୁବକ ମୃତ

ସମ୍ବଲପୁର:ବିଦ୍ୟୁତ ଆଘାତରେ ଗଲା ଜୀବନ । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଏହି ଅଘଟଣ ଘଟିଛି । ୱେଲଡିଂ କାମ କରୁଥିବା ବେଳେ କରେଣ୍ଟ ଲାଗିଯାଇଥିଲା । ମୃତକ ହେଲେ ୩୫ ବର୍ଷୀୟ ଯୁବକ ସମୀର ଦର୍କା । କୁଚିଣ୍ଡା ମୁଖ୍ୟାଳୟ ସ୍ଥିତ ପୁରୁଣା ସିନେମା ହଲ ସମ୍ମୁଖ ଫରେଷ୍ଟ ଅଫିସ କର୍ମଚାରୀ ବାସଗୃହରେ ଘରର ଓଲଡିଂ କାମ କରୁଥିଲେ । ଏହି ସମୟରେ ଘର ପାର୍ଶ୍ଵରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଲୁହା ପାଇପ ଲାଗି ଶ୍ରମିକ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking