21.1 C
Bhubaneswar
Friday, February 6, 2026
Homeଓଡିଶାଖାଲିପେଟରେ ପିଜୁଳି ପତ୍ର ଖାଇବାର ସ୍ୱାସ୍ଥ୍ୟ ଲାଭ ବିଷୟରେ ଜାଣନ୍ତୁ

ଖାଲିପେଟରେ ପିଜୁଳି ପତ୍ର ଖାଇବାର ସ୍ୱାସ୍ଥ୍ୟ ଲାଭ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର: ପିଜୁଳି ପତ୍ର ସ୍ୱାଦିଷ୍ଟ ଫଳ ପିଜୁଳି ପରି ଏତେ ଆକର୍ଷଣ ପାଇନଥାଏ, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏଥିରେ ଗୁଣପୂର୍ଣ୍ଣ ଗୁଣ ଅଛି? ପିଜୁଳି ପତ୍ରରେ ଔଷଧୀୟ ଗୁଣ ଅଛି, ଯାହା ଅନେକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ଏହି ପତ୍ରଗୁଡ଼ିକର ଚିକିତ୍ସା ଗୁଣ ପାଇଁ ପାରମ୍ପରିକ ଔଷଧରେ ଶତାବ୍ଦୀ ଧରି ବ୍ୟବହାର ହୋଇଆସୁଛି। ପିଜୁଳି ପତ୍ର ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏଥିରେ ଭିଟାମିନ୍ ସି, ଏ ଏବଂ ପୋଟାସିୟମ୍ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଛି, ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। ଏହା ହଜମରେ ସାହାଯ୍ୟ କରିପାରେ, ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିପାରେ, ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରେ, ଆପଣଙ୍କ ଚର୍ମକୁ ଉନ୍ନତ କରିପାରେ ଏବଂ କେଶ ବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରିପାରେ। ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟକୁ ବୃଦ୍ଧି କରିବା ପାଇଁ ସରଳ ଏବଂ ପ୍ରାକୃତିକ ଉପାୟ ଖୋଜୁଛନ୍ତି, ତେବେ ପିଜୁଳି ପତ୍ର ହେଉଛି ଉତ୍ତ ଉପାୟତେବେ ଚାଲନ୍ତୁ ପିଜୁଳି ପତ୍ରର ସ୍ୱାସ୍ଥ୍ୟ ଲାଭ ବିଷୟରେ ଅଧିକ ଜାଣିବା…

  • କଞ୍ଚା ପତ୍ର ଚୋବାଇବା: ସକାଳ ଖାଲିପେଟରେ ୪-୫ ପିଜୁଳି ପତ୍ର ଚୋବାଇ ଖାଆନ୍ତୁ। ଏହା ପାଟିକୁ ସଫା କରିଥାଏ। ଏଥିସହ ପେଟର ସମସ୍ୟାକୁ ଦୂର କରିଥାଏ।
  • କାଢା ବନାଇ ପିଅନ୍ତୁ: ୫-୬ଟି ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ। ଏହି ଉଷୁମ ପାଣିକୁ ପିଅନ୍ତୁ। ଏଥିରେ ଡାଇବେଟିସ ଏବଂ ଓଜନ ହ୍ରାସରେ ସାହାଯ୍ୟ କରିଥାଏ।

କେଉଁ ସମସ୍ୟା ଠିକ୍ ହୁଏ:

  • ପାଟିରେ ହୋଇଥିବା ଖଣ୍ଡିଆକୁ ଭଲ କରେ। ଏହାକୁ ନିୟମିତ ଚୋବାଇବା ଦ୍ୱାରା ଏହାର ପ୍ରଭାବ କମିଥାଏ।
  • ପିଜୁଳି ପତ୍ର ଚୋବାଇ ଖାଇଲେ ଏହାର ରସରେ ଓଜନ କମିଥାଏ ଏବଂ ଓଜନ ନିୟନ୍ତ୍ରଣ ରହିଥାଏ। ଏହା ମେଟାବୋଲିଜିମକୁ ବୃଦ୍ଧି କରେ ଏବଂ ଫ୍ୟାଟ୍ ବର୍ଣ୍ଣିଂ ପ୍ରକ୍ରିୟାକୁ ଠିକ୍ କରାଏ।
  • ଏହି ପତ୍ର ବ୍ଲଡ ସୁଗାରକୁ ନିୟନ୍ତ୍ରଣ ରଖେ। ପ୍ରତିଦିନ ସକାଳେ ଡାଇବେଟିସ ରୋଗୀ ପିଜୁଳି ପତ୍ରର କାଢା ପିଅନ୍ତୁ।
  • ସ୍କିନ ଗ୍ଲୋ କରିବ ଯଦି ଆପଣ ଖାଇବେ ପିଜୁଳି ପତ୍ର। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଅକ୍ସିଡାଣ୍ଟ ମୁହଁରେ ଆଣ୍ଟିରାସେସକୁ କମ କରିବାରେ ସାହାଯ୍ୟ କରିଥାଏ।
  • ଚୁଟି ଝଡିବା ଏକ ବଡ଼ ସମସ୍ୟା। ତେବେ ପିଜୁଳି ପତ୍ରକୁ ପାଣିରେ ଫୁଟାଇ ଏହି ପାଣିରେ ଚୁଟି ଧୁଅନ୍ତୁ। ଦେଖିବେ ଚୁଟି ଝଡ଼ିବା ବନ୍ଦ ହେବା ସହ ରୂପି ସମସ୍ୟା ଦୂରେଇଯିବ।
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking