21.1 C
Bhubaneswar
Sunday, February 8, 2026
Homeଓଡିଶାସଂଧ୍ୟା ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ସଂଧ୍ୟା ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ବାହୁଡ଼ା ଯାତ୍ରା, ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସରିଲା ଆଡ଼ପମଣ୍ଡପରେ ପ୍ରଭୂଙ୍କ ଲୀଳା ଖେଳା, ଯଜ୍ଞବେଦିରୁ ବାହୁଡିବେ ପ୍ରଭୁ ରତ୍ନବେଦୀକୁ । ଆସନ୍ତାକାଲି ସକାଳୁ ଶ୍ରୀଜିଉ ବାହୁଡା ଯାତ୍ରାରେ ସିଂହଦ୍ବାର ଅଭିମୁଖେ ବାହୁଡିଯିବେ । ସେଥିପାଇଁ ଆଜି ଘୋଷଯାତ୍ରାର ନବମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରଦ୍ଧାଳୁମାନେ ସଂଧ୍ୟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ।ଅପରାହ୍ଣ ୬ଟା ଯାଏଁ ଚାଲିବ ମହାବାହୁଙ୍କ ନବମୀଦର୍ଶନ । ପରେ ଦର୍ଶନ ବନ୍ଦ କରାଯାଇ ବାହୁଡା ପାଇଁ ଅନ୍ୟାନ୍ୟ ନୀତିକାନ୍ତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking