ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୮ ଦିନରେ ୫ ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତରେ ମୋଦୀ ଘାନା, ତ୍ରିନିନାଦ ଓ ଟୋବାଗୋ , ଆର୍ଜେଣ୍ଟିନା , ବ୍ରାଜିଲ ଏ ନାମିବିଆକୁ ଯିବେ । ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ୧୭ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦାନ କରିବା ଏବଂ ବିଶ୍ୱର ଗୁରୁତ୍ୱପୂଣ୍ଣ ଦକ୍ଷିଣ ଦେଶମାନଙ୍କ ସହ ଭାରତର ସମ୍ପର୍କକୁ ଆହୁରି ଦୃଢ କରିବା । ଆଜି ଓ ଆସନ୍ତାକାଲି ମୋଦୀ ଘାନା ଗସ୍ତ କରିବେ । ଯେଉଁଠାରେ ଘାନା ସଂସଦରେ ଭାଷଣ ଦେବେ ପ୍ରଧାନମନ୍ତ୍ରୀ ଏବଂ ପ୍ରାୟ ୧୫ ହଜାର ପ୍ରବାସୀ ଭାରତୀୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇବେ । ଜୁଲାଇ ୩ରୁ ୪ରେ ତ୍ରିନିନାଦ ଓ ଟୋବୋଗୋ ଗସ୍ତରେ ଯିବେ ମୋଦୀ । ଜୁଲାଇ ୪ ଓ ୫ରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର ମିଲେଇଙ୍କ ସହ ବୈଠକ କରିବେ । ଏହି ଗସ୍ତରେ ବାଣିଜ୍ୟ ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ସହେଯାଗ ବୃଦ୍ଧି ପାଇଁ ଆଲୋଚନା ହେବା ପରେ ଜୁଲାଇ ୫ ଓ ୮ ତାରିଖରେ ମୋଦି ବ୍ରାଜିଲ ରିଓ ଡି ଜାନେଇରେରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ । ଜୁଲାଇ ୬ ଓ ୭ରେ ବ୍ରାଜିଲ ରାଷ୍ଟ୍ରପତି ଲରବକ୍ସ ଇନାସିଓ ଲୁଲା ଡା ସିଲଭାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ପ୍ରଧାନମନ୍ତ୍ରୀ । ଜୁଲାଇ ୮ ଓ ୯ ତାରିଖରେ ମୋଦୀଙ୍କର ପ୍ରଥମ ନାମିବିଆ ଗସ୍ତ , ଯେଉଁଠାରେ ମୋଦୀ ସଂସଦରେ ଭାଷଣ ଦେବେ ।










