17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଘରେ ପଶି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ଘରେ ପଶି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଛାତ ଉପରେ ଶୋଇଥିବା ବେଳେ ଦମ୍ପତ୍ତିଙ୍କୁ  ଗୁଳି କରି ହତ୍ୟା । ଏଭଳି ଏକ ଖବର  ଉତ୍ତରପ୍ରଦେଶ  ରାୟବରେଲିରେ ଘଟିଛି । ଘରେ ପଶି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଅଭିଯୋଗ ।  ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ।  ଗତକାଲି ରାତି ପ୍ରାୟ ୧.୩୦ ସମୟରେ ଉଭୟେ ଛାତ ଉପରେ ଶୋଇଥିଲେ । ସେତେବେଳେ କିଛି ଅପରାଧୀ ନିର୍ଭୀକ  ଭାବେ ଗୁଳି ମାଡ କରିଥିଲେ ।  ସ୍ଥାନୀୟ ଲୋକେ ଘଟମାସ୍ଥଳରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ଏମସ ମେଡିକାଲକୁ ରେଫର କରିଥିଲେ ।  ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି   ଅତିରିକ୍ତ ପୋଲିସ ଅଧିକାରୀଙ୍କୁ ପଚରାଉଚରା କରୁଛି । ହେଲେ ଅପରାଧିଙ୍କର କୌଣସି ସୁରାକ ମିଳିନାହିଁ ।  ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛି । ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking