18.1 C
Bhubaneswar
Friday, December 19, 2025
Homeଦେଶ ବିଦେଶରଥଯାତ୍ରା ବେଳେ ନିୟନ୍ତ୍ରଣ ବାହାରେ ହାତୀ: ଦୁଇ ଆହତ

ରଥଯାତ୍ରା ବେଳେ ନିୟନ୍ତ୍ରଣ ବାହାରେ ହାତୀ: ଦୁଇ ଆହତ

ନୂଆଦିଲ୍ଲୀ:  ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡଦାଣ୍ଡ ଲୋକାରଣ୍ୟ । ସେହିପରି  ଅହମ୍ମଦାଦାବାଦରେ  ଖଡିଆ ନିକଟରେ   ରଥଯାତ୍ରା ଅନୁଷ୍ଠିତ ହୋଇଛି ।  ଏନେଇ ୧୮ଟି ହାତୀକୁ ନିୟୋଜିତ କରିଥିଲେ ।  ରଥଯାତ୍ରାରେ  ଡିଜେର ଅତ୍ୟଧିକ ଶବ୍ଦେ ଯୋଗୁଁ ହାତୀମାନେ ନିଜର ନିୟନ୍ତ୍ରଣ ହରାଇ ବସିଲେ । ଫଳରେ  ଦୁଇ ଜଣ ଆହତ ହୋଇଛନ୍ତି ।  ବିନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି   ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।  ସକାଳ ୭ଟାରେ ଜଗନ୍ନାଥ ଯାତ୍ରା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହାକୁ ଉଦଘାଟନ କରିଥିଲେ। ସକାଳ ୫ଟାରୁ ୬ଟା ମଧ୍ୟରେ ରଥ ଉପରେ ପ୍ରଭୁଙ୍କ ତିନି ପ୍ରତିମାଙ୍କୁ ବିରାଜମାନ କରାଯାଇଥିଲା। ରଥ ସମ୍ମୁଖରେ ଏକ ସୁନା ଝାଡୁ ରଖାଯାଇଛି। ପ୍ରଭୁ ରାତି ପ୍ରାୟ ୮.୩୦ ରେ ମନ୍ଦିରକୁ ଫେରିବେ। ଏହା ପୂର୍ବରୁ, ସକାଳ ୪ଟାରେ ଜଗନ୍ନାଥ ମନ୍ଦିରରେ ମଙ୍ଗଳ ଆରତୀ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ତାଙ୍କ ପରିବାର ମଧ୍ୟ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking