ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୋକାରଣ୍ୟ ଶ୍ରୀକ୍ଷେତ୍ର । ରଥଯାତ୍ରା ଉପଲକ୍ଷେ ଆଜି ପୁରୀ ସହରକୁ କୋଟି କୋଟି ଭକ୍ତଙ୍କ ଆଗମନ ହୋଇଛି । ଚକା ନୟନକୁ ଦେଖିବା ପାଇଁ କାହିଁ କେତେଦୂରରୁ ପାଛୁଟି ଆସିଛନ୍ତି ଭକ୍ତ । ଭାଇ ଭଉଣୀଙ୍କା ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧା ବିଗ୍ରହ । ରଥରେ ଚଢି ଶ୍ରୀଗୁଣ୍ଡିଚା ଯିବେ ମହାପ୍ରଭୁ । ଜନ୍ମବେଦୀ ଆଡପ ମଣ୍ଡପରେ କରିବେ ଲୀଳାଖେଳା । ଏଥିପାଇଁ ଜନ ସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ । ଭକ୍ତ ଓ ଭଗବାନଙ୍କ ଏହି ମହା ମିଳନକୁ ଦେଖିବା ସାର ଜଗତ । ଏଥିପାଇଁ ଗତକାଲିଠାରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ । ସକାଳୁ ସକାଳି ଶ୍ରୀମନ୍ଦିରର ନୀତିକାନ୍ତି ପରେ ରଥ ସୋଧ କରାଯାଇ ଆଜ୍ଞମାଳ ବିଜେ କରାଯିବ । ଏହାପରେ ଆରମ୍ଭ ହେଲ ସମସ୍ତ ନୀତିକାନ୍ତି । ରଥକୁ ବିଜେ କରିବେ ଚଳନ୍ତି ପ୍ରତିମା, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଆସିବେ କାଳିଆ ଠାକୁର ।










