23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା

ହିମାଚଳ ପ୍ରଦେଶ: ପୁଣି ଦାଉ ସାଧିଲା ପ୍ରକୃତି । ହିମାଚଳ ପ୍ରଦେଶରେ ପୁଣି ଥରେ ପ୍ରକୃତି ତାଣ୍ଡବ ରଚିଛି । ବାଦଲଫଟା ବର୍ଷା ଯୋଗୁ ଏଠାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ନିଖୋଜ ହୋଇଥିବା ସୂଚନା ମିଳିଛି । ବୁଧବାର ଦିନ ଅର୍ଥାତ୍ ଗତ କାଲି ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ହୋଇଛି । ଏହି ପ୍ରବଳ ବର୍ଷା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୨୦ ଜଣ ଭାସି ଯାଇଥିବା ଆଶଙ୍କା କରାଯାଉଛି । କାଙ୍ଗଡ଼ା ଜିଲ୍ଲାର ମାନୁନି ଖାଡ୍ ରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ଏଥି ସହ ଖାନିଆରା ମାନୁନି ଖାଡ୍ ରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଇନ୍ଦିରା ପ୍ରିୟଦର୍ଶିନୀ ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାନ ନିକଟରେ ଏକ ଶ୍ରମିକ କଲୋନୀରେ ରହୁଥିବା ପ୍ରାୟ ୧୫-୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି । ଅଧିକାରୀଙ୍କ ଅନୁଯାୟୀ, ବର୍ଷା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଥିଲା ଏବଂ ଶ୍ରମିକମାନେ ନିର୍ମାଣ ସ୍ଥାନ ନିକଟରେ ଅସ୍ଥାୟୀ ଆଶ୍ରୟସ୍ଥଳରେ ବିଶ୍ରାମ ନେଉଥିଲେ, ସେତେବେଳେ ମାନୁନି ଖାଡ୍ ଏବଂ ନିକଟବର୍ତ୍ତୀ ଡ୍ରେନ୍ ରୁ ବନ୍ୟା ଜଳ ଶ୍ରମିକ କଲୋନି ଆଡ଼କୁ ମାଡ଼ି ଆସି ଶ୍ରମିକମାନଙ୍କୁ ଭସେଇ ନେଇଥିଲା ।

ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ, ସ୍ଥାନୀୟ ପ୍ରଶାସନ, ଗ୍ରାମ ପଞ୍ଚାୟତ ଏବଂ ରାଜସ୍ୱ ବିଭାଗର ଦଳ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ପ୍ରକଳ୍ପ ସହିତ ଜଡିତ କିଛି ସ୍ଥାନୀୟ ଶ୍ରମିକ ସୁରକ୍ଷିତ ଅଛନ୍ତି । ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଧର୍ମଶାଳାର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ସୁଧୀର ଶର୍ମା କହିଛନ୍ତି ଯେ ଏହି ଘଟଣାରେ ପ୍ରାୟ ୨୦ ଜଣ ଶ୍ରମିକ ଭାସି ଯାଇଛନ୍ତି । ସେହିପରି କୁଲୁ ଜିଲ୍ଲାରେ ବାଦଲଫଟା ବର୍ଷ ଯୋଗୁଁ ହୋଇଥିବା ବନ୍ୟା ପରେ ତିନି ଜଣ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ ଅନେକ ଘର, ଏକ ସ୍କୁଲ କୋଠା, ସଂଯୋଗକାରୀ ରାସ୍ତା ଏବଂ ଛୋଟ ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୁଲୁ ଜିଲ୍ଲାର ସାଇଞ୍ଜର ଜିଭା ନାଲା ଏବଂ ରେହଲା ବିହାଲ ଏବଂ ଗଡସା ଅଞ୍ଚଳର ଶିଲାଗଡ଼ରେ ବାଦଲ ଫାଟିବାର ତିନୋଟି ଘଟଣା ଘଟିଛି । ଅଧିକାରୀମାନେ କହିଛନ୍ତି ଯେ ରେହଲା ବିହାଲରେ ଘରୁ ଜିନିଷପତ୍ର ବାହାର କରିବାକୁ ଚେଷ୍ଟା କରୁଥିବା ତିନି ଜଣ ଲୋକ ବନ୍ୟାରେ ଭାସି ଯାଇଛନ୍ତି ଏବଂ ନିଖୋଜ ମଧ୍ୟ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking