30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୨୦ ଟଙ୍କିଆ ପାଣି ବୋତଲରେ ମିନେରାଲ ଓ୍ବାଟର ଅଛି ନା ଟ୍ୟାପ୍ ପାଣି ?

୨୦ ଟଙ୍କିଆ ପାଣି ବୋତଲରେ ମିନେରାଲ ଓ୍ବାଟର ଅଛି ନା ଟ୍ୟାପ୍ ପାଣି ?

ନୂଆଦିଲ୍ଲୀ: ଘରୁ ବାହାରକୁ ଯିବା ବେଳେ ଯଦି ପାଣି ନେବାକୁ ଭୁଲିଯାଆନ୍ତି ତେବେ ପାଣି ବୋତଲଟିଏ କିଣିବାକୁ ପଡେ। ହେଲେ ଆମେ କିଣୁଥିବା ୨୦ ଟଙ୍କିଆ ପାଣି ବୋତଲରେ ମିନେରାଲ ଓ୍ବାଟର ଅଛି କି ଟ୍ୟାପ୍‌ ପାଣି ତାହା କ’ଣ ଜାଣନ୍ତି କି ? ଯଦି ଜାଣି ନାହାନ୍ତି ତେବେ ବୋତଲ ଉପରେ ଲେଖାଥିବା କିଛି ଶବ୍ଦରୁ ବୁଝିପାରିବେ। ଦୋକାନ, ରେଲଓ୍ବେ ଷ୍ଟେସନ୍ ହେଉ କିମ୍ବା ବସଷ୍ଟାଣ୍ଡ ଆଜିକାଲି ସବୁଠି ମିଳୁଛି ବୋତଲ ବନ୍ଦ ଥଣ୍ଡା ପାଣି। ଏହା ନିଶ୍ଚିତ ପକ୍ଷେ ଆପଣଙ୍କ ଶୋଷ ତ ମେଣ୍ଟାଇବ। ତେବେ ଏହି ବୋତଲ ଭିତର ପାଣି କେତେ ସ୍ବଚ୍ଛ ? ତା ଭିତରେ ମିନେରାଲ ଓ୍ବାଟର ଅଛି କି ନାହିଁ କେବେ ଚେକ୍ କରିଛନ୍ତି କି ? ଯଦି ନା ତେବେ ଆସନ୍ତୁ ଜାଣିନେବା କିଛି ଟିପ୍ପ, ଯାହାକି ଆପଣଙ୍କ ପାଇଁ ଖୁବ୍ ଜରୁରୀ। କାରଣ ଆଜିର ସମୟରେ କୌଣସି ଜିନିଷ କିଣିବା ବେଳେ ତାହାର ଗୁଣବତ୍ତା ଆମେ ଚେକ୍ କରିଥାଉ। ତେବେ ପାଣିକୁ ନେଇକି କାହିଁକି ନୁହେଁ, କାରଣ ଜଳ ହିଁ ଜୀବନ। ବିଶୁଦ୍ଧ ପାଣି ଶରୀରକୁ ସୁସ୍ଥ ରଖିଥାଏ। ଖରାପ ପାଣି ବିଭିନ୍ନ ରୋଗର କାରଣ। ଏହାକୁ ଜାଣିବାକୁ ବୋତଲ ଉପରେ ଲେଖାଥିବା କିଛି ଶବ୍ଦକୁ ବୁଝିବାକୁ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking