21.1 C
Bhubaneswar
Friday, December 19, 2025
Homeଓଡିଶାମହାପ୍ରଭୁଙ୍କ ମୋଦକ ଚୋରି ଘଟଣାକୁ କାହିଁକି ଚପାଇବାକୁ ଚାହୁଁଛନ୍ତି ମନ୍ତ୍ରୀ: ବିଜେଡି

ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାକୁ କାହିଁକି ଚପାଇବାକୁ ଚାହୁଁଛନ୍ତି ମନ୍ତ୍ରୀ: ବିଜେଡି

– ବଡଠାକୁରଙ୍କ ବାଡଗ୍ରାହୀ ଗୁରୁତର ଅଭିଯୋଗ ଆଣିଛନ୍ତି
– ୨୦୦ ପ୍ଲାଟୁନ୍ ଫୋର୍ସ ମୁତୟନ କଥା ସରକାର କହୁଛନ୍ତି କିନ୍ତୁ ଠାକୁରଙ୍କ ଗୁପ୍ତସେବାରେ ବିଭ୍ରାଟ

ଭୁବନେଶ୍ୱର: ମହାପ୍ରଭୁଙ୍କ ଚିକିତ୍ସା ଲାଗି ପ୍ରଯୁଜ୍ୟ ମୋଦକ ଚୋରି ହେବାର ଅଭିଯୋଗକୁ ଚପାଇଦେବା ପାଇଁ ରାଜ୍ୟ ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିରର ପ୍ରଶାସନ ଉଦ୍ୟମ କରୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ମହାପ୍ରଭୁଙ୍କ ଗୁପ୍ତ ସେବାର ଅଂଶ ଭାବେ କବିରାଜ ସେବକମାନେ ଦଶମୂଳ ମୋଦକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜମା ଦେଇଥାଆନ୍ତି। କିନ୍ତୁ ଦୁଃଖର ବିଷୟ ଭୋଗ ନିମନ୍ତେ ମୋଦକ ନେବା ସମୟରେ ମୋଦକ ଚୋରି ହୋଇଥିବା ଜଣାପଡିଲା। ବଡଠାକୁରଙ୍କ ବାଡଗ୍ରାହୀ ଏ ବିଷୟ ଲିଖିତ ଆକାରରେ ଜଣାଇଲା ପରେ ମଧ୍ୟ, ଆଇନମନ୍ତ୍ରୀ ଓ ମୁଖ୍ୟ ପ୍ରଶାସକ ଏହାକୁ ଚପାଇଦେବା ଉଦ୍ଦେଶ୍ୟରେ ଚୋରି ହୋଇନାହିଁ କହିବା ସରକାରଙ୍କ ଅପାରଗତାକୁ ଦର୍ଶାଉଛି।

ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ଗତବର୍ଷ ରଥଯାତ୍ରା ସମୟରେ ବଡଠାକୁର ପଡିଯିବା ଘଟଣାର ରିପୋର୍ଟ ଆଜି ଯାଏଁ ମିଳିଲାନାହିଁ। ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ରଥ ଯାତ୍ରା ସୁରୁଖୁରୁରେ ହେବ ଏବଂ ଭଲ ଅନୁଭୂତି ନେଇ ଭକ୍ତମାନେ ଫେରିବେ। କିନ୍ତୁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ନ୍ୟାୟରେ ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ମହାପ୍ରଭୁଙ୍କ ଗୁପ୍ତ ସେବାରେ ମାରା ହୋଇଥିବା ମୋଦକ ଲାଗି ହେବା ଦ୍ୱାରା ଭକ୍ତମାନଙ୍କ ମନ ଆନ୍ଦୋଳିତ ହୋଇଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଠାକୁରଙ୍କ ଯାତ୍ରାରେ ଏହି ବିଭ୍ରାଟ ଦେଖାଦେଇଛି। ତେଣୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ମିଛ ପ୍ରଚାର କରି କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଆଇନମନ୍ତ୍ରୀ ନୈତିକ ଦାୟିତ୍ୱ ବହନ କରି ନିଜ ପଦରୁ ଇସ୍ତଫା ଦିଅନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking