17.1 C
Bhubaneswar
Tuesday, December 9, 2025
Homeଓଡିଶାଟ୍ରାକ୍ଟର ଓଲଟି ଚାଳକ ମୃତ

ଟ୍ରାକ୍ଟର ଓଲଟି ଚାଳକ ମୃତ

ପିପିଲି: ପିପିଲି ଥାନା ଜଗନ୍ନାଥପୁର ଡଗରା ସାହିର ଟ୍ରାକ୍ଟର ଚାଳକ ରାହୁଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି । ପୋଲିସର ସୂଚନା ଅନୁସାରେ, ଜଗନ୍ନାଥପୁର ନିକଟ ଭାର୍ଗବୀ ନଦୀର ବେଆଇନ ବାଲି ଘାଟରୁ ସୋମବାର ବିଳମ୍ବିତ ରାତିରେ ବାଲି ଚୋରାଚାଲାଣ ବେଳେ ଏହି ଅଘଟଣ ଘଟିଥିଲା । ଘାଟରୁ ବାଲି ବୋଝେଇ କରି ଉକ୍ତ ଟ୍ରାକ୍ଟର ଭାର୍ଗବୀ ନଦୀ ବନ୍ଧକୁ ଉଠୁଥିବାବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ନଦୀ ବନ୍ଧରୁ ତଳକୁ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ ଚିପି ହୋଇ ରାହୁଲଙ୍କର ଘଟଣା ସ୍ଥଳରେ ମୃତ ଘୋଷଣା କରିବାରୁ ପରିବାର ଲୋକେ ଶବ ଘରକୁ ନେଇ ସତ୍କାର କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଖବର ପାଇ ପୋଲିସ ଡଗରାସାହିରେ ପହଞ୍ଚି ଶବକୁ ଜବତ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking