18.1 C
Bhubaneswar
Sunday, February 8, 2026
Homeଓଡିଶାପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ: ଅରବିନ୍ଦ ପାଢୀ

ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ: ଅରବିନ୍ଦ ପାଢୀ

ପୁରୀ: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ  ମୋଦକ ଚୋରି ଘଟଣାରେ  ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ  ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି ।  ପ୍ରାରମ୍ଭିକ ତଦନ୍ତ  ସତ୍ୟ ଆଧାରିତ ନୁହେଁ  କହିଲେ ମୁଖ୍ୟ ପ୍ରଶାସକ ।  ବଡଗ୍ରାହୀଙ୍କ ତଥ୍ୟ  ସତ୍ୟ ଆଧାରିତ ନୁହେଁ, ଆହୁରି ତଦନ୍ତ ହେବ । ଆହୁରି ତଦନ୍ତ କରିବୁ, ସିସିଟିଭି ବି ଦେଖିବୁ । ଦୋଷୀ ସାବ୍ୟସ୍ତ ହେଲେ କାଯ୍ୟନୁଷ୍ଠାନ ହେବ । ସୂଚନା ଥାଉକି, ଶ୍ରୀମନ୍ଦିର ପରିସରରେ ଆଜି ଘଟିଛି ଅଭାବନୀୟ ଘଟଣା। ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରି ହୋଇ ଯାଇଛି। ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ପାଖରେ ଲାଗିହେଲା ସେ ନେଇ ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର। ଏ ନେଇ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖି ଅବଗତ କରାଇବା ସହ ମାରା ମୋଦକ କିଭଳି ମହାପ୍ରଭୁଙ୍କୁ ସମର୍ପିତ ହେଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking