22.1 C
Bhubaneswar
Friday, February 6, 2026
Homeଓଡିଶାମଲ୍ଟି-ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ୬୧ ଜଣ ପ୍ରଶିକ୍ଷଣାର୍ଥୀ ନେବେ ପାରାମେଡିକ୍ ବୃତିଗତ ତାଲିମ

ମଲ୍ଟି-ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ୬୧ ଜଣ ପ୍ରଶିକ୍ଷଣାର୍ଥୀ ନେବେ ପାରାମେଡିକ୍ ବୃତିଗତ ତାଲିମ

ଯାଜପୁର: ଟାଟା ଷ୍ଟିଲ ଫାଉଣ୍ଡେସନ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଗଠିତ ଯାଜପୁର ଜିଲ୍ଲାର ଦାନଗଦି ମଲ୍ଟି-ସ୍କିଲ ଡେଭଲପମେଣ୍ଟ ସେଣ୍ଟର (ଏମଏସଡ଼ିସି) ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଦାନଗଦିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଥମ ବ୍ୟାଚର ୬୧ ଜଣ ଛାତ୍ରଛାତ୍ରୀମାନ ପାରାମେଡିକ୍ ବୃତିଗତ ତାଲିମ ନେବା ପାଇଁ ବିଭିନ୍ନ ସଂସ୍ଥାକୁ ପ୍ରେରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ, ନୀଳାଚଳ ଇସ୍ପାତ ନିଗମ, ଟାଟା ଷ୍ଟିଲ ଫାଉଣ୍ଡେସନ୍ ଏବଂ ଆଷ୍ଟ୍ରନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜୁଲାଇ ୨୩, ୨୦୨୫ରେ ଶ୍ରେଣୀଗୃହ ତାଲିମ ସମାପ୍ତ ହେବା ପୂର୍ବରୁ, ଏହି ୬୧ ଜଣ ଛାତ୍ର-ଛାତ୍ରୀ ଭୁବନେଶ୍ୱର ଏବଂ ଯାଜପୁରର ପ୍ରମୁଖ ଡାକ୍ତରଖାନାମାନଙ୍କରେ ବୃତିଗତ ତାଲିମ ଆରମ୍ଭ କରିବେ। ଏଥିପାଇଁ କେୟାର ହସ୍ପିଟାଲ, ସନସାଇନ ହସ୍ପିଟାଲ, ମଣିପାଳ ହସ୍ପିଟାଲ ଏବଂ ଟାଟା ଷ୍ଟିଲ ମେଡିକା ଭଳି ସୁପରିଚିତ ସଂସ୍ଥାଗୁଡ଼ିକୁ ବାଛାଯାଇଛି। ଏହା ଛାତ୍ରମାନଙ୍କ ବୃତ୍ତିଗତ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଦକ୍ଷତା ବିକାଶ ଓ ବାସ୍ତବ ଚାକିରି ମଧ୍ୟରେ ଥିବା ଦୂରତ୍ୱ କମାଇବାରେ ସେଣ୍ଟରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ୨୦୨୪ ଡିସେମ୍ବରରେ ସ୍ଥାପିତ ହୋଇଥିବା ଏହି ସେଣ୍ଟରର ଉଦ୍ଦେଶ୍ୟ ହେଉଛି ଆର୍ôଥକ ସ୍ତରରେ ଦୁର୍ବଳ ଯୁବକ-ଯୁବତୀଙ୍କୁ ଶିଳ୍ପ-ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ କରି ସେମାନଙ୍କୁ ଚାକିରି ପାଇବାରେ ସାହାଯ୍ୟ କରିବା ଏବଂ ସ୍ୱାବଲମ୍ବୀ କରିବା। ପ୍ରଥମ ପର୍ଯ୍ୟାୟରେ, ଟାଟା ଷ୍ଟିଲ ଫାଉଣ୍ଡେସନ୍ ଗୁଡ଼ଗାଁଓ ସ୍ଥିତ ଆଷ୍ଟ୍ରନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍ ସହ ମିଶି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକବର୍ଷୀୟ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛି। ଏଥିରେ ରେଡିଓଲୋଜି ଟେକ୍ନିସିଆନ୍‌, ଡାଏଲିସିସ୍ ଟେକ୍ନିସିଆନ୍ ଏବଂ ମେଡିକାଲ୍ ଲାବୋରେଟୋରୀ ଟେକ୍ନିସିଆନ୍ ପାଇଁ ତାଲିମ ଦିଆଯାଉଛି ଯାହାର ବର୍ତ୍ତମାନ ବଜାର ଚାହିଦା ରହିଛି ଏବଂ ଏହି କ୍ଷେତ୍ର ଗୁଡିକରେ ଅନେକ ନିଯୁକ୍ତି ସୁଯୋଗ ମିଳୁଛି। ଏଠାରେ ପାଠ୍ୟକ୍ରମ ଏକ ସନ୍ତୁଳିତ ପଦ୍ଧତିରେ ଚାଲିଛି, ଯେଉଁଥିରେ ଛଅ ମାସ ତତ୍ତ୍ୱଗତ ଶିକ୍ଷା ଏବଂ ସ୍କିଲ୍ ଲ୍ୟାବ୍ ସେସନ୍ ପରେ ଆଉ ଛଅ ମାସ ଯାଜପୁର ଓ ଭୁବନେଶ୍ୱରର ନାମୀ ଡାକ୍ତରଖାନାମାନଙ୍କରେ ବ୍ୟବହାରିକ ତାଲିମ ଦିଆଯାଏ। ସେଣ୍ଟରଟି ଆଧୁନିକ ସ୍କିଲ୍ ଲ୍ୟାବ୍ ସହିତ ସଜ୍ଜିତ, ଯେଉଁଥିରେ ସିମୁଲେଟର୍ ଏବଂ ରିଅଲ୍‌-ଟାଇମ୍ ଡାୟାଗ୍ନୋଷ୍ଟିକ୍ ଯନ୍ତ୍ର ଆଦି ରହିଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାରିକ ଜ୍ଞାନ ଦେବାରେ ସହାୟକ ହେଉଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking