ଯାଜପୁର: ଯାଜପୁର ଜିଲ୍ଲାରେ ଝାଡାବାନ୍ତି ତଥା ଡ଼ାଇରିଆ ନିୟନ୍ତ୍ରଣକୁ ଆସୁ ନାହିଁl ଦୈନିକ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ସରକାରୀ ଡାକ୍ତରଖାନା, ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଉଛନ୍ତିl ଝାଡ଼ାବାନ୍ତି ରୋଗରେ ପୀଡ଼ିତ ହୋଇ ମେଡିସିନ ଦୋକାନରୁ ଔଷଧ ଖାଇଛନ୍ତିl ଅତି ସିରିଅସ ହେଲେ ଡାକ୍ତରଖାନକୂ ଯାଉଛନ୍ତିl ଶିଶୁ ମାନଙ୍କୁ ଝାଡ଼ା ବାନ୍ତି ରୋଗ ବ୍ୟାପିଛି ବେସରକାରୀ ଡାକ୍ତରଙ୍କ ନିକଟରେ ଲମ୍ବା ଧାଡ଼ି ଲାଗୁଚି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି ଗାଁ ଗହଳିରେ ଅଧିକାଂଶ ସରକାରୀ ନଳକୂପ ବେସରକାରୀ ପାଣି ଉତ୍ସ ଗୁଡିକରେ ବିଶୋଧନ କାରଯାଉ ନାହିଁ କେତକ ବ୍ଲକରେ ବିଜେପି କର୍ମୀନେତାମାନଙ୍କୁ ନଳକୂପ ବିଶୋଧନ ପାଇଁ ଡିଆ ଯାଇଛି ବେସରକାରୀ ନଳକୂପ ଗୁଡିକ ବିଶୋଧନ କରଯାଉନାହିଁl ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶୋଧନ ପ୍ରକ୍ରିୟା ଚାଲିଛି ବୋଲି ଯାହା କୁହାଯାଉଛି ତାହା ପାନୀୟ ଜଳ ଯନ୍ତ୍ରୀ ମାନକ ମିଥ୍ୟା ରିପୋର୍ଟ ଆଧାରରେ ଜିଲ୍ଲା ପାଲ ସୁଚନା ଦେଉଛନ୍ତି l
ପାନୀୟ ଜଳ ଯନ୍ତ୍ରୀ ମାନେ ଏହାକୁ ହାଲୁକା ଭାବ ରେ ନେଉଛନ୍ତି ଜିଲ୍ଲା ପ୍ରଶାସନ ତଦନ୍ତ କଲେ ସତ୍ୟl ସତ୍ୟ ପଦାକୁ ଆସିବା ଝାଡାବାନ୍ତି ଡାଇରିଆ ରୋଗ ନୀରା କରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସଂକ୍ରମଣ ଓ ଡାଇରିଆ ରୋକିବା ପାଇଁ ଜିଲ୍ଲାର ସରକାରୀ ବେସରକାରୀ ଟ୍ୟୁବ୍ ୱେଲ୍, କୂପ, ଓଭର ହେଡ଼ ଟ୍ୟାଙ୍କ ଗୁଡ଼ିକୁ ବିଶୋଧନ କରାଯିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଝାଡାବାନ୍ତି ଓ ଡାଇରିଆ ପ୍ରତି ଜନ ସଚେତନତା ବ୍ୟାପକ କରାଯାଉଛି। ଖୋଲା କୂଅର ପାଣି ବ୍ୟବହାର ନକରିବା, ପାଣିକୁ ସିଧାସଳଖ ନପିଇ ଫୁଟାଇ ଛାଣି ପିଇବା, ବାହାର ଖାଦ୍ୟ ନଖାଇ ରନ୍ଧା ଯାଇଥିବା ଗରମ ଖାଦ୍ୟ ଖାଇବା, ଖୋଲା ସ୍ଥାନରେ ମଳ ତ୍ୟାଗ ନ କରି ସର୍ବଦା ଶୌଚାଳୟ ବ୍ୟବହାର କରିବା, ନିୟମିତ ସାବୁନ୍ ରେ ହାତ ଧୋଇବା, ନିଜ ଘର ଓ ପରିବେଶକୁ ପରିଷ୍କାର ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ୧୧୨ ଜଣ ନୂଆ ରୋଗୀ ଆଡମିଟ ହୋଇଥିବାବେଳେ ୯୬ ଜଣ ସ୍ୱଳ୍ପ ପତଳା ଝାଡା ଏବଂ ୧୬ ଜଣ ଅତ୍ୟଧିକ ପତଳା ଝାଡା ହେଉଥିବା ରୋଗୀ ଆଡମିଟ ହୋଇଛନ୍ତି। ୧୪ ଜଣ ରୋଗୀଙ୍କୁ ରେଫେର କରାଯାଇଛି ଏବଂ ୧୦୬ ଜଣଙ୍କୁ ଡ଼ିସଚାର୍ଜ କରାଯାଇଛି।
ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଚିକିତ୍ସାଳୟ ରେ ମୋଟ ୧୩୫ ଜଣ ରୋଗୀ ଚିକିତ୍ସତ ହେଉଛନ୍ତି ଯେଉଁଥିରେ ୧୩୦ ଜଣ ସ୍ୱଳ୍ପ ପତଳା ଝାଡା ଏବଂ ୦୫ ଜଣ ଅତ୍ୟଧିକ ପତଳା ଝାଡା ହେଉଥିବା ର ସୂଚନା ମିଳିଛି। ପ୍ରତ୍ୟେକ ଘରେ ସାବୁନ ବଣ୍ଟନ ଚାଲୁରହିଛି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଦିନ ଏହାର ତଦାରଖ କରାଯାଉଛି। କୌଣସି ପରିସ୍ଥିତି ରେ ନଦୀ ଜଳ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଗଭୀର ନଳକୂପ ଓ ପାଇପ ୱାଟର ସପ୍ଲାଇ ର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି।ଟ୍ୟାଙ୍କର ଗୁଡିକରେ ପାଣି ଭର୍ତ୍ତି ପୂର୍ବରୁ ଏହାକୁ ଭଲଭାବେ ପରିଷ୍କାର କରିବାକୁ ଜଳାଯୋଗାଣ ବିଭାଗକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।ସ୍ୱାସ୍ଥ୍ୟ ସମ୍ବଧୀୟ ପରାମର୍ଶ ବାର୍ତ୍ତା ମାଇକ ମାଧ୍ୟମରେ ବହୁଳ ପ୍ରଚାର କରିବାକୁ ବିଡ଼ିଓ ମାନଙ୍କୁ ନିର୍ଦେଶ ଦିଆଯାଇଛି।










