16.1 C
Bhubaneswar
Monday, February 9, 2026
Homeଓଡିଶାଫୁଲୁଛି ସୁବର୍ଣ୍ଣରେଖା ନଦୀ

ଫୁଲୁଛି ସୁବର୍ଣ୍ଣରେଖା ନଦୀ

ବାଲେଶ୍ୱର: ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି। ଫୁଲୁଛି ସୁବର୍ଣ୍ଣରେଖା। ଗତ ରାତି ୧୦ ଟା ସୁଦ୍ଧା ରାଜଘାଟରେ ୧୧.୨୨ ମିଟର ଜଳ ପ୍ରବାହିତ ହେଉଥିଲା। ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ରାତିରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ନିବେଦନ କରାଯାଇଥିଲା। କିନ୍ତୁ ନଦୀର ଜଳ କ୍ରମଶଃ ବଡୁଥିବାରୁ ଭୋଗରାଇ ବ୍ଲକର ମନୁ ନଗର ଓ ହୁଡାପାଳ, ଆରୁହା ବର୍ତ୍ତି ଗାଁ ଭିତରକୁ ଜଳ ପଶିବା ଆରମ୍ଭ କରିଛି। ବାଲେଶ୍ଵର ଜିଲ୍ଲାରେ ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ୪ଟି ବ୍ଲକର ସମସ୍ତ ଅଫିସରଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଅତ୍ୟାବଶ୍ୟକ ମେଡିସିନ ମହଜୁଦ ରଖିବା ସହ ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking