ଜଗତସିଂହପୁର: ଅବସରପ୍ରାପ୍ତ ଯବାନଙ୍କ ମୃତଦେହ ଉଦ୍ଧାର । ବନ୍ଦ ଘରୁ ଅବସରପ୍ରାପ୍ତ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ସଦରଥାନା ପାଣିସାଲିଆ ସ୍ଥିତ ଭଡାଘରୁ ଉଦ୍ଧାର କରାଯାଇଛି । ମୃତ ଯବାନଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ସୂଚନା ରହିଛି । ପରିବାର ଲୋକଙ୍କ ଉପସ୍ଥିତରେ ମୃତଦେହ ଉଦ୍ଧାର ହୋଇଛି । ତେବେ ଯବାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଏନେଇ ତଦନ୍ତ ଜାରି ରଖିଛି ।










