19.1 C
Bhubaneswar
Wednesday, February 11, 2026
Homeଓଡିଶାଲୋକସେବା ଭବନା ସ୍ଥିତ କନଭେନସନ ସେଣ୍ଟର ରେ ସୁରକ୍ଷିତ ବାଷ୍ପୀତ୍ର ଚାଳନ ଶୀର୍ଷକ ବିଷୟରେ ତାଲିମ...

ଲୋକସେବା ଭବନା ସ୍ଥିତ କନଭେନସନ ସେଣ୍ଟର ରେ ସୁରକ୍ଷିତ ବାଷ୍ପୀତ୍ର ଚାଳନ ଶୀର୍ଷକ ବିଷୟରେ ତାଲିମ କର୍ମଶାଳା

ଭୁବନେଶ୍ୱର:  ବାଷ୍ପୀତ୍ର ଚାଳନ ରେ ସୁରକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ କଳ କାରଖାନା ମାନଙ୍କ ରେ ନିୟୋଜିତ ବାଷ୍ପୀତ୍ର ପରିଚାରକ ( Boiler Operator ) ମାନଙ୍କ ର ଦକ୍ଷତା ବୃଦ୍ଧି ସହିତ ସେମାନଂକୁ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ କାରଖାନା ଏବଂବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୁବନେଶ୍ବର ର ଲୋକସେବା ଭବନା ସ୍ଥିତ କନଭେନସନ ସେଣ୍ଟର ରେ ଆଜି ପୂର୍ବାହ୍ନରେ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ମୁଖ୍ଯଅତିଥି ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିତି ରଂଜନ ସେନ ଉକ୍ତ କର୍ମଶାଳା କୁ ଉଦଘାଟନ କରି ଉଦବୋଧନ ଦେଇଥିଲେ ସମ୍ମାନିତ ଅତିଥି କାରଖାନା ଏବଂ ବାଷ୍ପୀତ୍ର ଉପ ନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ତାଙ୍କ ଉଦବୋଧନରେ ବାଷ୍ପୀତ୍ର ପରି ବିପଦ ପୂର୍ଣ୍ଣ ଚାପ ଯୁକ୍ତ ବାଷ୍ପ ଉତ୍ପାଦନକାରୀ ଉପକରଣ ର ସୁରକ୍ଷିତ ଚାଳନା ନିମନ୍ତେ ସତର୍କତା ସହିତ ଦାୟିତ୍ଵବୋଧତା,ଦକ୍ଷତା ଏବଂ ପାରଦର୍ଶିତା ର ଆବଶ୍ୟକତା ଥିବା ଦୃଷ୍ଟିରୁ ବାଷ୍ପୀତ୍ର ପରିଚାରକ ମାନଙ୍କ ର ଗୁରୁଦାୟିତ୍ବ ରହିଛି ଅନ୍ୟତମ ଅତିଥି ନିର୍ଦ୍ଦେଶାଳୟର କଟକ ମଣ୍ଡଳ ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଣ୍ଡା କର୍ମଶାଳା କୁ ସଞ୍ଚାଳନ କରିଥିଲେ. ଭୁବନେଶ୍ବର ଉପମଣ୍ଡଳ ର ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚନ୍ଦ୍ର କାନ୍ତ ଦଳାଇ ଏବଂ ନିର୍ଦ୍ଦେଶାଳୟ ର ମୁଖ୍ୟ ଦପ୍ତର ର ସହକାରୀ ନିର୍ଦ୍ଦେଶକ ସୁରକ୍ଷା ଶ୍ରୀ ଅନିଲ କୁମାର ନନ୍ଦ ତାଲିମ କର୍ମଶାଳା ପରିଚାଳନା ରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ. ପରିଶେଷରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିତି ରଂଜନ ସେନ ଅଂଶ ଗ୍ରହଣ କାରୀ ପଇଁଚାଳିଶି ଜଣ ବାଷ୍ପୀତ୍ର ପରିଚାରକ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking