ପଶ୍ଚିମବଙ୍ଗ: ବିଜେପିର ହିନ୍ଦୁତ୍ୱ କାର୍ଡକୁ କଡା କାଉଣ୍ଟର ଦେବାକୁ ଦୀଘାର ଜଗନ୍ନାଥ ମନ୍ଦିରକୁ ମୋହରା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ନିର୍ୱାଚନ ପୂର୍ୱରୁ ମମତା ତାଙ୍କର ହିନ୍ଦୁତ୍ୱ ବିରୋଧୀ ଭାବମୂର୍ତ୍ତିରେ ପରିବର୍ତନ ଆଣିବାକୁ ଆରମ୍ଭ କରିଛନ୍ତି ବଡ ଯୋଜନା । ଯାହାକୁ ରାଜନୈତିକ ମହଲରେ ପ୍ରସାଦ ପଲିଟିକ୍ସ ବୋଲି କୁହାଯାଉଛି । ଫଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଜଗନ୍ନାଥ ଧାମ ବୋଲି କହିଥିଲେ । ଧାମ ପରେ ଏବେ ପୁଣି ମହାପ୍ରସାଦ । ମମତା ପୁରା ପଶ୍ଚିମବଙ୍ଗ ବାସୀଙ୍କ ପାଇଁ ପ୍ରସାଦ ବଣ୍ଟନ ଯୋଜନା ଆଣିଛନ୍ତି । ଏହି ଯୋଜନାରେ ଦୀଘା ମନ୍ଦିରରେ ଲାଗି ହୋଇଥିଲା ୩୦୦ କିଲୋର ଖୁଆ । ଘରେ ଘରେ ମହାପ୍ରସାଦ ପହଞ୍ଚାଯାଇପାରିବ । ମହାପ୍ରସାଦ ନାଁରେ ବାଣ୍ଟୁଛନ୍ତି ମମତା ପେଡା ଓ ଗଜା । ଏଥିପାଇଁ ଗତ ୧୦ ତାରିଖରେ ଦୀଘା ଜଗନ୍ନାଥ ମନ୍ଦିରକୁ ଆସିଥିଲା ୩୦୦ କିଲୋଗ୍ରାମ ଓଜନର ଖୁଆ । ଆଉ ଏହାକୁ ଦୀଘା ମନ୍ଦିରରେ ପୂଜା କରିବା ପରେ ଫ୍ରିଜର ମାଧ୍ୟମରେ ୨୩ଟି ଜିଲ୍ଲାର ୩୪୧ ବ୍ଲକରେ ପହଞ୍ଚାଯିବ ପ୍ରସାଦ ପ୍ୟାକେଟ । ୨୩ଟି ଜିଲ୍ଲାରେ ପ୍ରସାଦ ବାଣ୍ଟିବାକୁ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜୁନ ୧୭ ଆରମ୍ଭ ହୋଇଥିବା ଏହି କାଯ୍ୟକ୍ରମ ଜୁନ ୨୭ ତାରିଖ ଅର୍ଥାତ ରଥ ଯାତ୍ରା ଦିନ ଶେଷ ହେବା ପାଇଁ ଯାଉଛି । କିଭଳି ଭଲରେ ପ୍ରସାଦ ପହଞ୍ଚିବ ରାସନ ଡିଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରସାଦରେ ରହିଛି ପେଡା, ଗଜା ଓ ଦୀଘା ଜଗନ୍ନାଥ ମନ୍ଦିରର ଏକ ଫଟୋ ବି ରହିଛି ।










