ଯାଜପୁର: ହଇଜା ମାଡ଼ିବା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ । ଯାଜପୁରର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ହୋଇଥିବା ନମୁନାରେ ଇ-କୋଲାଇ ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ସରକାର ବିଧିବଦ୍ଧ ଭାବେ ସ୍ପଷ୍ଟ କରି ନାହାନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଇ-କୋଲାଇ ବ୍ୟାକ୍ଟେରିଆ ବୋଲି ଜଣାପଡିଛି । ଏହି ବ୍ୟାକ୍ଟେରିଆ ପାଣି ଦ୍ବାରା ବ୍ୟାପିଥାଏ । ଏଥିରେ ପେଟ ଜନିତ ସମସ୍ୟା ଦେଖାଦିଏ । ଅତ୍ୟଧିକ ଝାଡ଼ାବାନ୍ତି ସମେତ କିଡନି ଫେଲ୍ ହେବାର ବି ଆଶଙ୍କା ଥାଏ । ଯାଜପୁରରେ ହଇଜା ଉଦବେଗଜନକ ସ୍ଥିତିରେ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡ଼ାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀକୁ ଡାଇରିଆ ମାଡ଼ିଗଲାଣି ।










