25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶମୃତକଙ୍କ ପରିବାରକୁ ୨୫ ଲକ୍ଷ ଦେବ ଏୟାର ଇଣ୍ଡିଆ

ମୃତକଙ୍କ ପରିବାରକୁ ୨୫ ଲକ୍ଷ ଦେବ ଏୟାର ଇଣ୍ଡିଆ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦେବ ଏୟାର ଇଣ୍ଡିଆ କମ୍ପାନୀ। ଏ ନେଇ ଶନିବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଟାଟା ଗ୍ରୁପ ଦ୍ଵାରା ଏହି କମ୍ପାନୀ ପରିଚାଳିତ ହେଉଥିବାବେଳେ ସିଙ୍ଗାପୁର ଏୟାରଲାଇନ୍ସ କମ୍ପାନୀର ୨୫ ପ୍ରତିଶତ ଅଂଶଧନ ରହିଛି। ପୂର୍ବରୁ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲା। ଏହା ସହିତ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ମେଡିକାଲ କଲେଜ ହଷ୍ଟେଲ କୋଠାର ପୁନଃନିର୍ମାଣ ଏବଂ କ୍ଷତିଗ୍ରସ୍ତ ଅଞ୍ଚଳର ବିକାଶ କରିବା ଲାଗି ଟାଟା ଗ୍ରୁପ ପକ୍ଷରୁ ଘୋଷଣା ହୋଇଥିଲା। ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଘଟିଥିବା ଏହି ବିମାନ ଦୁର୍ଘଟଣାରେ ୨୪୧ ଯାତ୍ରୀ ଏବଂ ୨୪ ଜଣ ଡାକ୍ତର ପ୍ରାଣ ହରାଇଥିଲେ। ଜଣେ ମାତ୍ର ଯାତ୍ରୀ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking