ନୂଆପଡ଼ା: ପହିଲି ରଜରେ ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ନୂଆପଡ଼ା ଜିଲ୍ଲା ଦଲଦଲି ଛକରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ୱଶୁର ଘରେ ଥିବା ସ୍ତ୍ରୀ ଓ ନବଜାତ ପୁଅକୁ ଦେଖିବାକୁ ଯାଉଥିବା ବେଳେ ଦଲଦଲି ଛକ ନିକଟରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।










