20.1 C
Bhubaneswar
Sunday, December 21, 2025
Homeଓଡିଶାରବୀନ୍ଦ୍ର ମଣ୍ଡପରେ ଆଜି ଦ୍ଵିତୀୟ ସନ୍ଧ୍ୟାରେ ନାଟକ 'ଏ ଜାତିର ସେନାପତି'

ରବୀନ୍ଦ୍ର ମଣ୍ଡପରେ ଆଜି ଦ୍ଵିତୀୟ ସନ୍ଧ୍ୟାରେ ନାଟକ ‘ଏ ଜାତିର ସେନାପତି’

ଭୁବନେଶ୍ୱର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଥିବା ନାଟକ କାର୍ଯ୍ୟକ୍ରମର ଆଜି ଦ୍ଵିତୀୟ ସନ୍ଧ୍ୟାରେ ନାଟକ “ଏ ଜାତିର ସେନାପତି” ମଞ୍ଚସ୍ଥ ହୋଇଛି। ଆଜିର ନାଟକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିଲା। ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ନାଟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ନଳିନୀ ନିହାର ନାୟକ। ଆଜିର କାର୍ଯ୍ୟକ୍ରମରେ ଲେଖକ ଡ଼. ରବି ନାରାୟଣ ସେନାପତି, ସାହିତ୍ୟିକ ଗୌରହରି ଦାସ, ଓଡ଼ିଆ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ବିଶିଷ୍ଟ ଐତିହାସିକ ନିହାର ରଞ୍ଜନ ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ, ଜୁନ୍‌ ୧୨ ତାରିଖରୁ ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking