17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ପାକିସ୍ତାନର ପ୍ରତିକ୍ରିୟା: କହୁ କହୁ କହିଦେଲା..

ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ପାକିସ୍ତାନର ପ୍ରତିକ୍ରିୟା: କହୁ କହୁ କହିଦେଲା..

ଇସଲାମାବାଦ୍‌: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ ଦୁଇଜଣ ପାଇଲଟ ଏବଂ ୧୦ ଜଣ କ୍ୟାବିନ କ୍ରୁ ସମେତ ୨୪୨ ଜଣ ଥିଲେ। ବିମାନ ଦୁର୍ଘଟଣା ପରେ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ହୃଦୟବିଦାରକ ଦୃଶ୍ୟକୁ ବର୍ଣ୍ଣନା କରୁଛି। ଏହି ଦୁର୍ଘଟଣା ସମ୍ପର୍କରେ ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବିଲାୱଲ ଭୁଟ୍ଟୋ କହିଛନ୍ତି, ଏୟାର ଇଣ୍ଡିଆ ଦୁର୍ଘଟଣା ଭଳି ଦୁଃଖଦ ଘଟଣା ଖବର ଶୁଣି ମୁଁ ଦୁଃଖିତ। ମୁଁ ଭାରତର ଲୋକଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି। ଗୁଜରାଟର ଅହମ୍ମଦାବାଦରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏୟାର ଇଣ୍ଡିଆ ବିମାନ AI-171 ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା। ସମସ୍ତ ୨୪୨ ଜଣ ଯାତ୍ରୀ ଚଢ଼ି ସାରିଥିଲେ ଏବଂ ବିମାନଟି ରନୱେରେ ଉଡ଼ାଣ ପାଇଁ ପ୍ରସ୍ତୁତ ଥିଲା। ବିମାନଟି ୧:୧୦ ଅପରାହ୍ନରେ ବୋର୍ଡିଂ ଶେଷ କରିଥିଲା ଏବଂ ୧:୧୭ ଅପରାହ୍ନରେ ବିମାନ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କଲା। ପ୍ରଥମ କିଛି ମିନିଟ ପାଇଁ ଉଡ଼ାଣ ସ୍ବାଭାବିକ ଥିଲା।

ବିମାନରେ ମୋଟ ୨୪୨ ଜଣ ଯାତ୍ରା କରୁଥିଲେ, ଯେଉଁଥିରେ ୨୩୦ ଜଣ ବୟସ୍କ, ୨ ଜଣ ଶିଶୁ ଏବଂ ୧୨ ଜଣ କ୍ରୁ ସଦସ୍ୟ (୧୦ ଜଣ କ୍ୟାବିନ କ୍ରୁ ଏବଂ ୨ ଜଣ ପାଇଲଟ) ଥିଲେ। ଦୁର୍ଘଟଣା ସମୟରେ ବିମାନର କମାଣ୍ଡ ପାଇଲଟ-ଇନ-କମାଣ୍ଡର୍‌ ସୁମିତ ସବରୱାଲ ଏବଂ ସହ-ପାଇଲଟ କ୍ଲାଇଭ କୁଣ୍ଡଙ୍କ ହାତରେ ଥିଲା। ଦୁର୍ଘଟଣା ପରେ ତୁରନ୍ତ ବିମାନବନ୍ଦର ଜରୁରୀକାଳୀନ ଦଳକୁ ସକ୍ରିୟ କରାଯାଇଥିଲା। ଘଟଣାସ୍ଥଳରୁ ଘନ ଧୂଆଁର ମେଘ ଦେଖାଯାଉଥିଲା। ମେଘାନୀନଗରରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking