30.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଦୁର୍ଘଟଣାଗ୍ରସ୍ତ ବିମାନରେ ବିଜୟ ରୂପାନୀ ଥିଲେ

ଦୁର୍ଘଟଣାଗ୍ରସ୍ତ ବିମାନରେ ବିଜୟ ରୂପାନୀ ଥିଲେ

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେଉଥିବା ଦେଖାଯାଇଛି। ବିମାନରେ ୨୩୦ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ ବୋଲି କୁହାଯାଉଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସେ ଏହି ଧ୍ବଂସ ହୋଇଥିବା ବିମାନରେ ଯାତ୍ରା କରୁଥିବା ଚର୍ଚ୍ଚା ହେଉଛି।ସୂଚନା ଅନୁଯାୟୀ, ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବିମାନ ଏଆଇ-୧୭୧ ଲଣ୍ଡନ ଯାଉଥିଲା। ହେଲେ ଉଡ଼ାଣର କିଛି ମିନିଟ୍ ପରେ ବିମାନଟି ଅହମ୍ମଦାବାଦର ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking