27.1 C
Bhubaneswar
Thursday, April 30, 2026
Homeଓଡିଶାଲୁଟେରା ଲୁଟି ନେଲେ ସୁନା ଅଳଙ୍କାର

ଲୁଟେରା ଲୁଟି ନେଲେ ସୁନା ଅଳଙ୍କାର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ  ୨୫ ଭରି ସୁନା ଲୁଟ ହୋଇଛି। ସୂଚନା ମୁତାବକ ଧାମନଗର ବିରୁହାଁ ଅଂଚଳର ରାଜଶ୍ରୀ ତ୍ରିପାଠୀ ଭଦ୍ରକ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ଯ୍ୟରତ ଥିବା ବେଳେ ଆରଡ଼ି ଛକ କେନାଲ ବନ୍ଧରେ ଭଡାଘରେ ରହୁଥିଲେ କିନ୍ତୁ କଲେଜ ଛୁଟି ଥିବାରୁ ନିଜ ଘରକୁ ଯାଇଥିଲେ । ବୁଧବାର ସକାଳୁ ଘର ମାଲିକ ଫୋନ କରି ଜଣାଇଥିଲେ ଘର ଚାବି ଖୋଲା ଅଛି ଏବଂ ଚୋରି ହୋଇଥିବା ନେଇ ସନ୍ଦେହ କରୁଛୁ ବୋଲି କହିବାରୁ  ରାଜଶ୍ରୀ ଫୋନ ଯୋଗେ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଜଣାଇଥିଲେ,ଗ୍ରାମାଞ୍ଚଳ ପୁଲିସ  ପହଞ୍ଚି ତଦନ୍ତ ଆରମ୍ବ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଆସି ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking