25.1 C
Bhubaneswar
Saturday, February 7, 2026
Homeଓଡିଶାବେଆଇନ ବାଲି ବୋଝେଇ: ୪ ହାଇୱା ଜବତ, ୩ ଅଟକ

ବେଆଇନ ବାଲି ବୋଝେଇ: ୪ ହାଇୱା ଜବତ, ୩ ଅଟକ

ମୟୁରଭଞ୍ଜ: ଗତକାଲି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ରାତ୍ରି ସମୟ ପେଟ୍ରଲିଂ କରୁଥିବା ସମୟରେ ୪ ଟି ବେଆଇନ ବାଲି ବୋଝେଇ ହାଇୱା ଜବତ କରିବା ସହିତ ତିନି ଣଙ୍କୁ ଅଟକ ରଖାଯାଇଛି । ସୂଚନାରୁ ପ୍ରକାଶ କି ଗତକାଲି ଅପରାହ୍ନରେ କରଞ୍ଜିଆ ଉପଖଣ୍ଡ ପୋଲିସ୍ ଅଧିକାରୀ ନବକୃଷ୍ଣ ନାଏକ କୌଣସି ବିଶେଷ ସୂତ୍ରରୁ ବେଆଇନ୍ ବାଲି ବୋଝେଇ ହାଇୱା କରଞ୍ଜିଆ ଅଞ୍ଚଳକୁ ଆସୁଥିବା ଖବରପାଇ ଉପଖଣ୍ଡ ପୋଲିସ ଅଧିକାରୀ ଓ ପୋଲିସ ଟିମ୍ ପେଟ୍ରାଲିଂ କରୁଥିବା ସମୟରେ ୪ଟି ବେଆଇନ୍ ବାଲି ବୋଝେଇ ହାଇୱାକୁ ଅଟକ ରଖି କାଗଜପତ୍ର ଯାଞ୍ଚ୍ କରିଥିଲେ ।ହେଲେ ସଠିକ୍ କାଗଜପତ୍ର ନଥିବାରୁ ୪ଟି ହାଇୱା କୁ ଜବତ କରି ଗୋଟିଏ ଠାକୁରମୁଣ୍ଡା ଥାନାକୁ ହସ୍ତାନ୍ତର କରିଥିବା ବେଳେ ଆଉ ଦୁଇଟି ହାଇୱା କରଞ୍ଜିଆ ଥାନାକୁ ଆଣିଥିଲେ ଏବଂ ଆଉ ଗୋଟେ ହାଇୱା ଚାଳକ ଘଟଣାସ୍ଥଳରେ ହାଇୱା ଚାଳକ ଲୋକ କରି ସେଠାରୁ ଚମ୍ପଟ ମାରିବାରୁ ହାଇୱା କୁ ପୋଲିସ ଜବତ କରି ଦିବା ୧୧ଘଟିକା ୨୦ମିନିଟ୍ ସମୟରେ କରଞ୍ଜିଆ ଥାନାକୁ ଆଣିଥିଲେ।

ଏଥିରେ ସଂପୃକ୍ତ ଜଣଙ୍କୁ ଠାକୁରମୁଣ୍ଡା ଥାନାରେ ଅଟକ ଥିବା ବେଳେ ଅନ୍ୟ ଦୁଇଜଣ ହାଇୱା ଚାଳକଙ୍କୁ କରଞ୍ଜିଆ ଥାନାରେ ଅଟକ ରଖା ଯାଇଛି ଏବଂ ଅନ୍ୟ ଜଣେ ସେଠାରୁ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ତେବେ ଚାରୋଟି ହାଇୱା ମଧ୍ୟରୁ ଦୁଇଟି ହାଇୱା ପଟବିଲ ରୁ ଜବତ ହୋଇଥିବା ବେଳେ ଗୋଟିଏ କେନ୍ଦୁମୁଣ୍ଡୀ ରୁ ଓ ଅନ୍ୟଟି ଜୁଆଳୀକଟା ପେଟ୍ରୋଲ ପମ୍ପ ନିକଟରୁ ଜବତ କରାଯାଇଥିବା ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଥିବା ବେଳେ ଆଗାମୀ ଦିନରେ ଏହା ଜାରିରହିବ ବୋଲି ପ୍ରକାଶ କରିଛନ୍ତି। ତେବେ ଆନନ୍ଦପୁର ଏବଂ ଚଢେଇଭୋଳ ଅଞ୍ଚଳ ଦେଇ ବହିଯାଉଥିବା ବୋଇତରଣି ନଦୀରୁ ପ୍ରତ୍ୟେକ ଦିନରାତ୍ରି ରୁ ଭୋର ସମୟରେ ଶହଶହ ବାଲି ବୋଝେଇ ହାଇୱା କରଞ୍ଜିଆ ଅଞ୍ଚଳକୁ ଆସୁଛି ଯାହା ଦ୍ଵାରା ପ୍ରତ୍ୟେକ ଦିନ କୋଟିକୋଟି ଟଙ୍କାର ରାଜସ୍ବ ହାନି ହୋଉଥିବା ବେଳେ ମାଲେମାଲ ହେଉଛନ୍ତି ବାଲି ଆଲୋଚନା ହେଉଥିବା ବେଳେ ମାଫିଆ ତେବେ ଏହାପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏପରି ବେଆଇନ୍ ବାଲି ବୋଝେଇ ହାଇୱା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ମୋଟା ଅଙ୍କର ଜରିମାନା କରିବାକୁ ସର୍ବ ସାଧାରଣ ରେ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking