18.1 C
Bhubaneswar
Monday, February 9, 2026
Homeଓଡିଶା୬ ମହଲା କୋଠାରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

୬ ମହଲା କୋଠାରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

କଟକ: ପୁଣି ଅଘଟଣ ଘଟିଛି କଟକ ସହରରେ। କ୍ୟାଣ୍ଟେନ୍‌ମେଣ୍ଟ ଥାନା ଅଧୀନ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଏକ ଅଘଟଣ ଘଟିଛି। ଏଠାରେ ଚାଲିଥିବା ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୁଜୟ କୁମାର (୨୦)। ସେ ବିହାର ନିବାସୀ ଥିଲେ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ କଟକ ବଡ଼ଡାକ୍ତରଖାନା ନିଆଯାଇଛି। ଶୈଳବାଳା ମହିଳା ସ୍ବୟଂଶାସତ ମହାବିଦ୍ୟାଳୟର ଉନ୍ନତ ଭିତ୍ତିଭୂମି ପାଇଁ ନିର୍ମାଣ କାମ ଜାରି ରହିଛି। ଏଠାରେ ଏକ ଛଅ ମହଲା କୋଠାର କାମ ଚାଲିଛି। ଅନ୍ୟ ଦିନ ଭଳି ଏହି ଛଅ ମହଲା କୋଠାରେ ଆଜି ମଧ୍ୟ ଶ୍ରମିକମାନେ କାମ କରୁଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରେ ଓଡ଼ିଆ ସମେତ କିଛି ବିହାରର ଯୁବକ ମଧ୍ୟ ସାମିଲ ଥିଲେ। ତେବେ ସନ୍ଧ୍ୟା ସମୟରେ ନିର୍ମାଣ ବେଳେ ଅଘଟଣ ଘଟିଥିଲା। ବିହାର ନିବାସୀ ସୁଜୟ କୁମାର କୌଣସି ମତେ ୬ ମହଲା କୋଠାରୁ ଖସି ପଡ଼ିଥିଲେ।

ସୂଚନାଯୋଗ୍ୟ, କଟକରେ ନିର୍ମାଣାଧୀନ କାମରେ ନିୟୋଜିତ ଶ୍ରମିକଙ୍କ ମୃତ୍ୟୁ ହେବା ନୂଆ କଥା ନୁହେଁ। ଗତମାସ ୪ ତାରିଖରେ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଥିଲା। ଘଟଣା ଦିନ ବ୍ରିଜ୍‌ ଉପରେ କିଛି ଶ୍ରମିକ କାମ କରୁଥିବା ବେଳେ ଅନ୍ୟମାନେ ବ୍ରିଜ୍‌ ତଳେ ଥିଲେ। ଅଚାନକ ବ୍ରିଜ୍‌ ଉପରୁ ସ୍ଲାବ ପଡ଼ିଯିବା କାରଣରୁ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣ ଶ୍ରମିକ ସୌମ୍ୟରଂଜନ ମଲ୍ଲିକ, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଲୋକ ଡ୍ରେନ୍‌ରେ ପଡ଼ି ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking