21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ

ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ

ବେଙ୍ଗାଲୁରୁ: ପୁଣି ସ୍ୱାମୀର ବର୍ବର କାଣ୍ଡ। ପ୍ରଥମେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା। ପରେ ନିଜେ ସ୍ତ୍ରୀର କଟା ମୁଣ୍ଡକୁ ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା। ନିକଟରେ ଏହିପରି ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଭାଉଜକୁ ହତ୍ୟା କରିବା ପରେ ଭାଉଜର କଟାମୁଣ୍ଡକୁ ହାତରେ ଧରି ରାସ୍ତାରେ ବେଫିକର ଭାବରେ ଚାଲି ଚାଲି ଯାଇ ଥାନାରେ ପହଞ୍ଚିଥିଲା ଦିଅର। ଆଉ ଏବେ ସେହି ରାସ୍ତାରେ ଜଣେ ସ୍ୱାମୀ। ନିଜର ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଛନ୍ତି। ଶୁକ୍ରବାର ଦିନ ରାତିରେ ବେଙ୍ଗାଲୁରୁର ଆନେକାଲର ଚାନ୍ଦପୁରା ନିକଟବର୍ତ୍ତୀ ହିଲାଲିଗେ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଅଭିଯୁକ୍ତ ହେନାଗାରା ନିକଟବର୍ତ୍ତୀ କଚନାକକାନାହାଲ୍ଲିର ବାସିନ୍ଦା ଶଙ୍କର (୨୮) ଏବଂ ପୀଡିତା ତାଙ୍କ ସ୍ତ୍ରୀ ମନସା (୨୬) ହେଉଛନ୍ତି ହେବାଗୋଡିର ବାସିନ୍ଦା। ମନସା ଏବଂ ଶଙ୍କର ପ୍ରେମ ବିବାହ କରିଥିଲେ। ମାସେ ହେବ ହିଲାଲିଗେ ଗାଁରେ ଏକ ଭଡା ଘରେ ରହୁଥିଲେ।

ଜୁନ୍ ୩ ତାରିଖରେ ଶଙ୍କର ପରଦିନ ଫେରିବେ ବୋଲି କହି କାମ ପାଇଁ ବାହାରି ଯାଇଥିଲେ। ହେଲେ ସେ ଦେଇଥିବା ସମୟ ପୂର୍ବରୁ କାମ ସାରି ଘରକୁ ଫେରି ଆସିଥିଲେ। ଆଉ ଘରେ ପହଞ୍ଚି ଯାହା ଦେଖିଥିଲେ ତାଙ୍କ ଗୋଡ଼ ରକ୍ତ ମୁଣ୍ଡକୁ ଉଠିଯାଇଥିଲା। ଶଙ୍କର ଘରକୁ ଫେରି ଦେଖିବା ବେଳକୁ ତାଙ୍କ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ଥିଲେ। ଏଥିରେ ରାଗିଯାଇ ଶଙ୍କର ତାଙ୍କ ସ୍ତ୍ରୀ ମନସାଙ୍କୁ ତାଙ୍କ ନୂଆ ପ୍ରେମିକ ସହ ପଠାଇ ଦେଇଥିଲେ। ହେଲେ ମନସା କିଛି ଦିନ ହେବ ଶଙ୍କରକୁ ଆସି ହଇରାଣ କରୁଥିଲା। ତାଙ୍କ ସହ ରହିବାକୁ ଜିଦି କରୁଥିଲା। ହେଲେ ଶେଷରେ ଶଙ୍କର ନିଜର କ୍ରୋଧକୁ ଆଉ ସମ୍ଭାଳି ପାରିଲେନି। ଭଲ ପାଇ ବିବାହ କରିଥିବା ସ୍ତ୍ରୀକୁ ଅତି ବିଭତ୍ସ ଭାବରେ ହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking